Sunday , October 1 2023
Home / ବିଶେଷ / ନିରାକାରପୁର ପୋଲିସ ଜବତ କଲା ୨୧ଗ୍ରାମ ୨୦୦ମିଲି ଧଳା ଜହର,ଦୁଇ ଗିରଫ

ନିରାକାରପୁର ପୋଲିସ ଜବତ କଲା ୨୧ଗ୍ରାମ ୨୦୦ମିଲି ଧଳା ଜହର,ଦୁଇ ଗିରଫ

ନିରାକାରପୁର, ୨୮/୧୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିିରାକାରପୁରରେ ଧଳା ଜହର କାରବାର ବେଳକୁ ବେଳ ବଢିବାରେ ଲାଗିଛି । ନିରାକାରପୁର ଥାନା ଅନ୍ତର୍ଗତ ବଡପୋଖରିଆ ଗ୍ରା.ପ.ବୋଡଙ୍ଗରା ପାଣିଟାଙ୍ଗି ଠାରେ ଧଳା ଜହର ବିକ୍ରି କରିବାପାଇଁ ଦୁଇଜଣ ଅପେକ୍ଷା କରିଥିଲା ବେଳେ ନିରାକାରପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲା । ସେମାନେ ଗ୍ଲାମର ଓଡି ୦୨ଏ ଏଚ୍ ୯୬୮୧ ଗାଡି ଧରି ସେଠାରେ ଅପେକ୍ଷା କରିଥିବାର ଦେଖିବାକୁ ପାଇଥିଲେ । ସେମାନଙ୍କୁ ତନଖି କରିବାରେ ନିରାକାରପୁର ପୋଲିସ ସଫଳତାର ସହ ୨୧ଗ୍ରାମ୨୦୦ମିଲି ଧଳା ଜହର ଜବତ କରିଥିଲେ । ଯହାର ଆନୁମାନିକ ମୁଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଗିରଫ ଦୁଇଜଣ ବ୍ୟକ୍ତି ବଡପୋଖରିଆ ଗ୍ରାମର ବଟକୃଷ୍ଣ ମାର୍ଥା ଓ ଜଙ୍କିଆ ଥାନା ଟାେଙ୍କାଳ ଗ୍ରାମର ଦିଲ୍ଲୀପ ପ୍ରଧାନ । ଏତତଦ୍ ବ୍ୟତୀତ ସେମାନଙ୍କ ଠାରୁ ନଗଦ ୫ହଜାର ଟଙ୍କା ଜବତ କରାଯାଇଛି । ନିରାକାରପୁର ଥାନାରେ କେଶ ନଂ ୧୯୨/୨୧ ଧାରା ୨୧ ବି ୨୯ ଏନ ଡି ପି ଏସ୍ ଆକ୍ଟରେ ଗିରଫ କରଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଆଇଆଇସି ଗୀତାଂଜଳୀ ନାୟକ ପ୍ରକାଶ କରିଅଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *