Thursday , January 20 2022
Breaking News
Home / ବିଶେଷ / ଡ୍ରେନ୍ ରୁ  ଯୁବକଙ୍କ ମୃତଦେହ ଉଦ୍ଧାର

ଡ୍ରେନ୍ ରୁ  ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ,୨୮/୧୧/୨୦୨୧(ଓଡ଼ିଶା ସମାଚାର)- ସହିଦନଗର ପ୍ରଭୂଜି ସ୍କୁଲ ସାମ୍ନାରେ ଥିବା ଡ୍ରେନ୍ ରୁ ଜଣେ  ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।  ମୃତ ଯୁବକଙ୍କ ନାମ ସମ୍ଭୁନାଥ ବାରିକ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନା  ଅନୁଯାୟୀ,  ରବିବାର ଦିନ ସହିଦନଗର ପ୍ରଭୁଜି ସ୍କୁଲ ସାମ୍ନାରେ ଥିବା ଡ୍ରେନ୍  ରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ପଥର ବନ୍ଧ ବସ୍ତି ଅଞ୍ଚଳରେ ଏକ ସେଲୁନ ରେ କାମ କରୁଥିଲେ ବୋଲି କୁହାଯାଉଛି।  ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *