Thursday , January 20 2022
Breaking News
Home / ବିଶେଷ / କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀର ୭୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସମର ଶିକ୍ଷାର୍ଥୀ ବାହିନୀ ପତକା ଉତୋଳନ କରି କ୍ୟାଡେଟ ମାନଙ୍କର ପ୍ୟାରେଡ ନୀରିକ୍ଷଣ କରିଥିଲେ । ସକାଳ ୮ଟା ସମୟରେ କ୍ୟାଡେଟ ମାନେ ମହାବିଦ୍ୟାଳୟ କ୍ୟାମ୍ପସ ସଫେଇ କରିଥିଲେ । ୧୦ଟାରେ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସିନିୟର ଡିଭିଜନ ଆସୋସିଏଟ ଏନସିସି ଅଫିସର ମେଜର ମନୋରଞ୍ଜନ ମହାନ୍ତି  ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ତାଙ୍କ ଉଦବୋଧନରେ କ୍ୟାଡେଟମାନଙ୍କ ଶୃଙ୍ଖଳତାକୁ ଭୁରିଭୁରି ପ୍ରଶଂସା କରିଥିଲେ । ସିନିୟର ଡିଭିଜନର ସିନିୟର ଅଣ୍ଡର ଅଫିସର ଗୁରୁଚରଣ ପ୍ରଧାନ ଓ ସିନିୟର ଉଇଙ୍ଗର ସିନିୟର ଅଣ୍ଡର ଅଫିସର ସୁଚରିତା ପରିଡା ଏନସିସିରେ ନିଜର ଅନୁଭୂତି ଓ ଅଭିଜ୍ଞତାକୁ  ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଅଧ୍ୟକ୍ଷ  ତାଙ୍କ ବକ୍ତବ୍ୟରେ ଏକତା ଓ ଶୃଙ୍ଖଳତା ଉପରେ ଆଲୋକପାତ କରି ଦେଶର ସେବା ଆମ ଜୀବନର ମୁଖ୍ୟ ଲକ୍ଷ୍ୟ ରହୁ ବୋଲି କ୍ୟାଡେଟମାନଙ୍କ ଉଦ୍ଧେଶ୍ୟରେ କହିଥିଲେ । ଏସୟୁଓ ଗୁରୁଚରଣ ପ୍ରଧାନ, ଏସୟୁଓ ସୁଚରିତା ପରିଡା, ଜେୟୁଓ ଶୁଭେନ୍ଦୁ ଜେନା, ଜେୟୁଓ ଅଭିଜିତ ଜେନା, ଜେୟୁଓ ପୂର୍ଣ୍ଣିମା ଜେନା, ଜେୟୁଓ ପ୍ରୀତିପଦ୍ମା ଆଚାର୍ଯ୍ୟଙ୍କୁ ଅଧ୍ୟକ୍ଷ ପୁରସ୍କୃତ କରିଥିଲେ । ପରିଶେଷରେ ଲେଫ୍ଟନାନ୍ଟ ସୀମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କ୍ୟାଡେଟ ନିକିତା, କ୍ୟାଡେଟ ସାନୀୟା ମଂଚ ପରିଚାଳନା କରିଥିଲେ । ଶେଷରେ କ୍ୟାଡେଟମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *