Wednesday , January 19 2022
Breaking News
Home / ବିଶେଷ / କଳାହାଣ୍ଡି ଜିଲ୍ଲା ରେ ସମସ୍ୟା ନୁହେଁ ସମସ୍ୟା ର ଗନ୍ତାଘର ପାଲଟିଛି  ବଡ଼କଛାର ଗାଁ

କଳାହାଣ୍ଡି ଜିଲ୍ଲା ରେ ସମସ୍ୟା ନୁହେଁ ସମସ୍ୟା ର ଗନ୍ତାଘର ପାଲଟିଛି  ବଡ଼କଛାର ଗାଁ

କଳାହାଣ୍ଡି,୨୮/୧୧/୨୦୨୧(ଓଡ଼ିଶା ସମାଚାର/ ସଂଜୟ ସିଂହ)- ସରକାର ଙ୍କର ନାରା  ‘ଆମ ଗାଁ ଆମ ବିକାଶ’ । ହେଲେ ଏମିତି ବି  ଗାଁ ଅଛି  ଯାହା କି  ସ୍ୱାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ  ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭଳି ମୌଳିକ ସୁବିଧାରୁ ବଂଚିତ ଅଛନ୍ତି । ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେଉଥିଲେ  ବି  ଏମାନଙ୍କର ସମସ୍ୟା  ପ୍ରତି କେହି ଦୃଷ୍ଟି ଦେଉ ନ ଥିବା ଭଳି ଅଭିଯୋଗ ଆସିଛି । କଳାହାଣ୍ଡି ଜିଲ୍ଲା କୋକସରା  ବ୍ଲକ  ଡୁଡୁକା ଠେଙ୍ଗା  ପଂଚାୟତ ର  ବଡ଼କଛାର ଗାଁ । ଏହି ପାହାଡ଼ ଭିତରେ ଥିବା ଗାଁରେ ବସବାସ କରନ୍ତି ୨୦ ରୁ ଉର୍ଦ୍ଧ  ଆଦିବାସୀ  ପରିବାର ।  ଗାଁ ର ଜନସଂଖ୍ୟା ପ୍ରାୟ ଦେଢ଼ଶହ ରୁ ଉର୍ଦ୍ଧ  ଥିବା ବେଳେ  ଗାଁ ରେ ପାନୀୟ ଜଳ ର ସୁଵିଧା  ପାଇଁ ରହିଛି ମାତ୍ର ୨  ଗୋଟି ନଳ କୂଅ।  ଗୋଟିଏ ନଳ କୂଅରୁ ପାଣି ବାହାରୁ ନ ଥିବାବେଳେ  ଆଉଏକ ନଳକୂଅରୁ ମଇଳା ପାଣି ବାହାରୁଛି । ସେହି ପାଣିକୁ ବାଧ୍ୟ ହୋଇ  ସେମାନେ ପାନୀୟ ରୂପରେ ବ୍ୟବହାର କରୁଛନ୍ତି ।ସେହିପରି ଗାଧୁଆ ପାଧୁଆ  ସାଙ୍ଗ କୁ  ଶୌଚ ପାଇଁ  ମାତ୍ର ଗୋଟିଏ ଚିରସ୍ରୋତା ନାଲା ହିଁ   ସେମାନଙ୍କ   ସାହା ଭରସା ।  ସେପଟେ ଗାଁ ରେ ଥିବା  ନଳକୁଅ ରୁ ପାଣି ମଧ୍ୟ ଭଲ ଭାବରେ  ବାହାରୁ ନାହିଁ । ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗୁ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଁ କୁ ଯିବା ପାଇଁ ରାସ୍ତା ନାହିଁ । ଗାଁ ରେ କୌଣସି ମା  ଗର୍ଭବତୀ ହେଲେ କିମ୍ବା ଜ୍ୱର ହେଲେ  ଗମନା ଗମନ ର ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ଗାଁ କୁ ଯାଇପାରୁ ନ ଥିବାରୁ   ଲୋକେ  ଖଟିଆ ରେ  ୨ କିଲୋମିଟର   ରାସ୍ତା ପର୍ୟ୍ୟନ୍ତ ନାଲା ପାରି ହୋଇ ବୋହି ଆଣିବାକୁ ପଡେ । ବର୍ଷା ହେଲେ   ବେହେରା ନାଲା ରେ ପ୍ରବଳ ପାଣିହେବା ଫଳରେ  ଜଲବନ୍ଦି ଭାବରେ ଗ୍ରାମବାସୀ ରହିଯାଉଥିବା ଅଭିଯୋଗ କରିଛନ୍ତି ।  ନିର୍ବାଚନ ସମୟରେ ବହୁ ନେତା ,ମନ୍ତ୍ରୀ ଗାଁ କୁ ଯାଇ ବିଭିନ୍ନ ପ୍ରକାରର ପ୍ରତିଶୃତି ଦିଅନ୍ତି ହେଲେ  ପରେ ତାକୁ କିଏ  ପଚାରୁ  ନ ଥିବା ଅଭିଯୋଗ  କରିବା ସହ  ସମସ୍ତ ମୌଳିକ ସୁବିଧା  ଯୋଗାଇ ଦେବା କୁ  ଦାବି କରି ଛନ୍ତି ।

ପଞ୍ଚାୟତ ରାସ୍ତା ଠାରୁ ୨ କିଲୋମିଟର  ଦୂରତା ରେ ରହିଛି  ସାହାଜଖୋଲ ଜଙ୍ଗଲ ଭିତରେ ଥିବା ଏହି ଆଦିବାସୀ  ବଡ଼ କଛାର   ଗାଁ ।ଏଥିରେ କେବଳ ପାନୀୟ ଜଳ  ଯେ  ଅସୁବିଧା ତାହାନୁହେଁ  ,ବିଭିନ୍ନ ସମସ୍ୟା ର ଗନ୍ତାଘର ପାଲଟିଛି ଏହି ଗାଁ । ଗାଁ ରେ ରହିଛି ଅନେକ ମୌଳିକ ସମସ୍ୟା ।ଗାଁରେ ବହୁ ସଂଖ୍ୟା ରେ ୫ ବର୍ଷ ର ଶିଶୁ  ରହିଥିବା ବେଳେ  ଅନେକ ଗର୍ଭବତୀ ମାଆ ମାନେ  ମଧ୍ୟ ରହିଛନ୍ତି ।କିନ୍ତୁ ସେଠାରେ ଅଙ୍ଗନବାଡ଼ି ଘର କିମ୍ଵା ଅଙ୍ଗନବାଡ଼ି କର୍ମୀ  ନାହାଁନ୍ତି  କିମ୍ୱା ପିଲାଛୁଆ ପାଠ ପଢିବା ପାଇଁ ସ୍କୁଲ ମଧ୍ୟ ନାହିଁ । ଯାହା ଫଳରେ ଗର୍ଭବତୀ ଓ ଶିଶୁ  ସ୍ବାସ୍ଥ୍ୟ ସେବା ରୁ ବଂଚିତ ହେଉଛନ୍ତି ।  ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବାକୁ ହେଲେ  ୨ କିଲୋମିଟର ମୁନୁଙ୍ଗା ପଦର ଗାଁ କୁ ଯିବାକୁ ପଡିଥାଏ । ବର୍ଷା  ଦିନ ନାଲା ପାରି ହୋଇ ସ୍କୁଲ  ଯିବା ଅସମ୍ଭବ ହୋଇ ପଡିଥାଏ ।  ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ  ଗାଁ କୁ ଯିବାକୁ ରାସ୍ତା  ନାହିଁ । ବର୍ତ୍ତମାନ ବର୍ଷେ ତଳେ ବିଜୁଳି ଦିଆଯାଇଛି  ହେଲେ    ନଥିଲା ସହିତ ସମାନ । ଫଳରେ ଡିବିରି ଆଲୁଅ ରେ   ହିଁ ଦିନ କାଟୁଛନ୍ତି  ଗାଁ ଲୋକେ। ଏବଂ ବର୍ଷା ଦିନେ ଗମନାଗମନ ପାଇଁ ନାହିଁ ନଥିବା  ଅସୁବିଧା ର ସମ୍ମୁଖିନ ହେଉଥିବା  ଅଭିଯୋଗ ହେଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର  କୋଟି କୋଟି ଟଙ୍କା  ଖର୍ଚ୍ଚ କରି ଗାଁ କୁ ରାସ୍ତା , ବିଜୁଳୀ ,ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା  ଡିଙ୍ଗୁରା ପିଟୁଥିବା ବେଳେ ସ୍ୱାଧୀନତାର ବହୁ ବର୍ଷ ପରେ ବି ସରକାର ଙ୍କର  ଯୋଜନା ଆଦିବାସୀ ବହୁଳ ଗାଁ ଗୁଡିକରେ କେତେ କାର୍ୟ୍ୟକାରୀ ହେଉଛି ତାହା ଏହି ଗାଁ କୁ ଦେଖିଲେ ସ୍ପଷ୍ଟ ବାରି ହୋଇଯାଉଛି। ଅନ୍ୟ ପଟେ କେବେ ଏହି ଆଦିବାସୀ ଗାଁ ପ୍ରତି ସରକାର ଧ୍ୟାନ ଦେଉଛନ୍ତି ତାହା ଏବେ ସାଧାରଣ ରେ ଦେଖିବାକୁ ବାକି ରହିଲା ।ଓଡିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *