Wednesday , January 19 2022
Breaking News
Home / ବିଶେଷ / ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ଜୟନ୍ତପୁର ଅଙ୍ଗନଓ୍ବାଡୀ ସେକ୍ଟର ସୁପରଭାଇଜର ସୁଲୋଚନା ଅର୍କା

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ଜୟନ୍ତପୁର ଅଙ୍ଗନଓ୍ବାଡୀ ସେକ୍ଟର ସୁପରଭାଇଜର ସୁଲୋଚନା ଅର୍କା

କଟକ, ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ଜୟନ୍ତପୁର ଅଙ୍ଗନଓ୍ବାଡୀ ସେକ୍ଟର ସୁପରଭାଇଜର ସୁଲୋଚନା ଅର୍କା । ରାଜ୍ୟ ଭିଜିଲାନ୍ସ ନିର୍ଦ୍ଧେଶାଳୟରୁ ଦିଆଯାଇଥିବା ସୂଚନା ଅନୁସାରେ ଜଣେ ଅଙ୍ଗନଓ୍ବାଡୀ କର୍ମୀଙ୍କଠାରୁ ୧୩,୫୦୦ ଟଙ୍କା ଲାଞ୍ଚ ନେବାବେଳେ ସେ ଧରା ପଡିଛନ୍ତି । ଅଙ୍ଗନଓ୍ବାଡୀ କେନ୍ଦ୍ରରେ ଶୀତ ଦିନିଆ ବସ୍ତ୍ର ଏବଂ ଶୁଖିଲା ଖାଦ୍ୟ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ସେ ଅଙ୍ଗନଓ୍ବାଡୀ କର୍ମୀଙ୍କଠାରୁ ଜୟନ୍ତପୁର ଗ୍ରାମ ପଂଚାୟତ ରାଜୀବ ଭବନ ରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ସାଖି ମାନଙ୍କ ଉପସ୍ଥିତିରେ ଲାଞ୍ଚ ଟଙ୍କା ଶ୍ରୀମତି ଅର୍କାଙ୍କ ନିକଟରୁ ଜବତ କରାଯିବା ପରେ ତାଙ୍କ ଦୁଇ ହାତ ଓ ମନି ପର୍ସ କୁ ପାଣିରେ ଧୋଇ ରାସାସାୟନିକ ପରୀକ୍ଷା କରାଯାଇଥିଲା ଓ ସେଥିରେ ମଧ୍ୟ ପ୍ରମାଣିତ ହୋଇଥିଲା । ଲାଞ୍ଚ ନେବା ପ୍ରମାଣିତ ହେବା ପରେ ଶ୍ରୀମତି ଅର୍କାଙ୍କ ଜମନକିରା ଥାନା ଅନ୍ତର୍ଗତ କୁଆଗୋଲା ଗ୍ରାମରେ ଥିବା ବାସ ଭବନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି । ଶ୍ରୀମତି ଅର୍କାଙ୍କୁ ଗିରଫ କରାଯାଇଛି । ଏ ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ରେ କେଶ ନଂ-୪୦ /୨୭.୧୧.୨୦୨୧୨ ରେ ଏକ ମାମଲା ରୁଜୁ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *