Thursday , January 20 2022
Breaking News
Home / ବିଶେଷ / ରାହାଣିଆ ପଞ୍ଚାୟତରେ ବିବିଧ ଜନ କଲ୍ୟାଣ ପ୍ରକଳ୍ପ ଲୋକାର୍ପିତ

ରାହାଣିଆ ପଞ୍ଚାୟତରେ ବିବିଧ ଜନ କଲ୍ୟାଣ ପ୍ରକଳ୍ପ ଲୋକାର୍ପିତ

ମାହାଙ୍ଗା ୨୭/୧୧/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତରେ ବିବିଧ ଜନ କଲ୍ୟାଣ ପ୍ରକଳ୍ପ ଗୁଡିକ ଲୋକାର୍ପିତ ହେବାସହ କାଳିଅଣ୍ଟି ଠାରେ ମିଶନଶକ୍ତି ଜରୀଆରେ ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ଆଇନି, ପାନୀୟଜଳ ଯୋଗାଣ, ପଞ୍ଚାୟତିରାଜ, ନଗରଉନ୍ନୟନ ଓ ଗୃହ ନିର୍ମାଣମନ୍ତ୍ରୀ ପ୍ରତାପ ଜେନା ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ନାରୀ ସଶକ୍ତିକରଣ ଆମ ସରକାରଙ୍କ ବଡ଼ ସଫଳତା ବୋଲି କହିଥିଲେ । ଏହି ପଞ୍ଚାୟତର ଜାତି ପାରିଲୋ ଠାରେ “ଆମ ଗାଁ’ ଆମ ବିକାଶ” ଯୋଜନାରେ ନିର୍ମିତ କୋଠଘରକୁ ମନ୍ତ୍ରୀ ଶ୍ରୀ ଜେନା ଉଦଘାଟନ କରିଥିବା ବେଳେ “ମାଆ ନିମେଇଶୁଣି ପୀଠ”ରେ ନିର୍ମିତ ନୂତନ ମଣ୍ଡପ ଓ ଗୃହକୁ ଲୋକାର୍ପଣ କରାଯାଇଥିଲା । ସେହିପରି ଗୋକଳପୁର ଠାରେ ଥିବା ରାହାଣିଆ ସମବାୟ ସମିତିର ନବନିର୍ମିତ ଗୃହ ଉଦଘାଟିତ ହୋଇଥିଲା । କାଳିଅଣ୍ଟି ଠାରେ ବସୁଧା ଯୋଜନାରେ ନିର୍ମିତ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପିଇବାପାଣି ପ୍ରକଳ୍ପ,ସେହି ଗ୍ରାମରେ ଏକ ଅଙ୍ଗନବାଡି ଗୃହ, ଠାକୁରାଣୀ ମଣ୍ଡପ କୁ ମନ୍ତ୍ରୀ ଉଦଘାଟନ କରିଥିଲେ ।
ଏହି ସମସ୍ତ କାର୍ୟ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ଭାଇସ ଚେୟାରମ୍ୟାନ ରସିଦା ବେଗମ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଜିଲାପରିଷଦ ସଭ୍ୟା ଅନ୍ନପୁର୍ଣ୍ଣା ବେହେରା, ସରପଞ୍ଚ କାର୍ତ୍ତିକ ଜେନା, ସମିତିସଭ୍ୟା ପ୍ରମିଳା ବରାଳ, ପ୍ରାକ୍ତନ ଚେୟାରମ୍ୟାନ କନକଲତା ବେହେରା, ହୃଷିକେଶ ବେହୁରା, ପଞ୍ଚାୟତ ବିଜେଡି ସଭାପତି ଯୁଗଳ ସାମଲ,ପର୍ୟ୍ୟବେକ୍ଷକ ବିନୟ ବଳ,ଧନଞ୍ଜୟ ସାହୁ, ନିହାର ସ୍ୱାଇଁ,ଅମୀୟ ବରାଳ, ଅଭୟ ବିଶ୍ୱାଳ, ରଂଜିତ ଜେନା,ପ୍ରମୁଖ ସାମିଲ ହୋଇଥିଲେ ।
ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ଜେନା କହିଲେ ରାଜ୍ୟର ମହିଳାମାନେ ଆତ୍ମନିର୍ଭରଶୀଳ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱଦେଇ ଆସିଛନ୍ତି । ସେଥିପାଇଁ ଗ୍ରାମାଞ୍ଚଳରେ ନାରୀ ସଶକ୍ତିକରଣ ଯୋଜନା ବିକାଶର ନୂଆ ଇତିହାସ ସୃଷ୍ଟି କରିଛି । ଏହି କାର୍ୟ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ପ୍ରମୋଦିନି ଦାଶ ପୌରହିତ୍ୱ କରିଥିଲେ । ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ପୂର୍ବତନ ଅଧ୍ୟକ୍ଷା କନକଲତା ବେହେରା, ପୂର୍ବତନ ଅଧ୍ୟକ୍ଷ ରାଜକିଶୋର ଜେନା, ସରପଞ୍ଚ କାର୍ତ୍ତିକ ଜେନା, ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ବ୍ଲକ ମହିଳା ଫେଡେରେସନ ସଭାପତି ସସ୍ମିତା ଦାସ, ସଂପାଦିକା ସୁସ୍ମିତା ମହାନ୍ତି,ରୋଜାଲିନ ଦାସ, ଜୟନ୍ତୀ ସାହୁ,ପ୍ରମିଳା ବରାଳ, ଆରତୀ ନାୟକ, ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ । ଓଡିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *