Thursday , January 20 2022
Breaking News
Home / ତାଜା ଖବର / ବସ କୁ ପଛପଟୁ ପିଟିଲା ଟ୍ରକ୍ , ୩ ମୃତ – ୧୭ ଆହତ

ବସ କୁ ପଛପଟୁ ପିଟିଲା ଟ୍ରକ୍ , ୩ ମୃତ – ୧୭ ଆହତ

ଗୋପାଳପୁର, ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ନିକଟ ବେଲପଡ଼ା ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ମୃତକ ଗଙ୍ଗାଧର ମହାରଣା, ଇ.ଲୋଇଦାସ, ପ୍ରମିଳା ବେହେରା ହୋଇଥିବା ବେଳେ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଆହତ ମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ବେଲପଡ଼ା ଛକରେ ଏହି ଦୁର୍ଘଟଣା ଘଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୨୦ଜଣ ବ୍ୟକ୍ତି ପ୍ରିନ୍ସ ନାମକ ଏକ ବସ୍ ଯୋଗେ ତୀର୍ଥ ଭ୍ରମଣରେ ବାହାରି ଘଟଗାଁ ତାରିଣୀ ପୀଠରୁ ବୁଲି ଘରକୁ ଫେରୁଥିଲେ । ତେବେ ଘରକୁ ଫେରିବା ବେଳେ ଏହି ଦୂର୍ଘଟଣା ଘଟିଛି । ଯାତ୍ରୀ ମାନେ ପରିସ୍ରା କରିବାପାଇଁ ବସ୍ଟି ରାସ୍ତା କଡ଼ରେ ଅଟକି ରହିଥିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଯାହାଦ୍ୱାରା ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମୋଟ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

କଟକର ଏକ ବେଆଇନ୍ ଲିଙ୍ଗ ନିରୂପଣ ଲ୍ୟାବ ଉପରେ କମିଶନରେଟ ପୋଲିସର ଚଢାଉ

କଟକ ସଦର , ୧୭/୦୧/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ମଙ୍ଗଳାବାଗ ଅଞ୍ଚଳର ଏକ ଟେଷ୍ଟିଙ୍ଗ୍ ଲ୍ୟାଵରେ ଦୀର୍ଘ ଦିନ ହେବ …

Leave a Reply

Your email address will not be published. Required fields are marked *