Tuesday , December 6 2022
Home / ବିଶେଷ /  ପାରାଦୀପ ପୌରାଂଚଳକୁ ମୁକ୍ତା ଯୋଜନାରେ ମିଳିଲା ଆର୍ଥିକ ଅନୁଦାନ

 ପାରାଦୀପ ପୌରାଂଚଳକୁ ମୁକ୍ତା ଯୋଜନାରେ ମିଳିଲା ଆର୍ଥିକ ଅନୁଦାନ

ପାରାଦୀପ,୨୭/୧୧/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ପାରାଦୀପ ପୌରାଂଚଳକୁ ସାମିଲ କରାଯାଇଥିବାରୁ ପାରାଦୀପ ସହରବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ପାରାଦୀପ ନୂଆବଜାରସ୍ଥିତ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ ପରିସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ପାରଦୀପର ଗଣମାଧ୍ୟମର ପ୍ରତିନିଧିଙ୍କୁ ଭେଟି ମୁକ୍ତା ଯୋଜନାରେ ପାରାଦୀପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସାମିଲ କରିଥିବାରୁ ଧନ୍ୟବାଦ ଜଣାଇବା ସହ ୫ଟି ସଚୀବଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଏହି ବୈଠକରେ ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ପାରାଦୀପର ୧୯ ଗୋଟି ୱାର୍ଡ ମଧ୍ୟରୁ ୧୨ଗୋଟି  ୱାର୍ଡ ଏହି ଯୋଜନାରେ ସାମିଲ ହୋଇଛି । ଏହି ୧୨ ଗୋଟି ୱାର୍ଡରେ କ୍ଷୁଦ୍ର ଉଦ୍ୟାନ, ପବ୍ଲିକ୍ ଜିମ୍,ଚାଲିବା ରାସ୍ତା, ଜଳାଶୟ, ଖେଳ ପଡିଆ, ରାସ୍ତା କଡରେ ବିକ୍ରୟ ସ୍ଥଳୀ, ରାସ୍ତା ଓ ଡ୍ରେନ୍,ରାସ୍ତା ଆଦି ୫୫ଟି ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ୮କୋଟି ୪ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ସ୍ୱିକୃତି ପ୍ରଦାନ କରିଛନ୍ତି । ଏହି ବୈଠକରେ ବରିଷ୍ଠ ବିଜେଡି ନେତା କୁମରବର ନାୟକ, ନଗର ବିଜେଡି ସମ୍ପାଦକ ଶଙ୍କର ପ୍ରସାଦ ରାଉତ,ବିଜୁ ମହିଳା ଜନତା ଦଳର ନଗର ସଭାନେତ୍ରୀ ଚପଳା ସ୍ୱାଇଁ, ପୂର୍ବତନ ପୌର ଉପାଧ୍ୟକ୍ଷା ପ୍ରଭାତୀ ନାୟକ, ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.