Tuesday , December 6 2022
Home / ବିଶେଷ / ଦୁଇ ଦିନିଆ ଗସ୍ତ ଶେଷ କରି ଫେରିଗଲେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର

ଦୁଇ ଦିନିଆ ଗସ୍ତ ଶେଷ କରି ଫେରିଗଲେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର

ପାରାଦୀପ,ପାରାଦୀପ,୨୭/୧୧/୨୦୨୧(ଓଡ଼ିଶା ସମାଚାର)-ପାରାଦୀପକୁ ଦୁଇଦିନିଆ ସରକାରୀ ଗସ୍ତରେ ଆସି ଶନିବାର ଦିନ ଫେରିଯାଇଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ବିଭାଗର ରଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର । ଶୁକ୍ରବାର ଦିନ ବନ୍ଦର ପୋତାଶ୍ରୟ ଅଂଚଳ ବୁଲି ଦେଖିବା ସହ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିଥିଲେ । ଶନିବାର ଦିନ ମାନ୍ୟବର ମନ୍ତ୍ରୀ ନୂଆବଜାର ଅଂଚଳରେ ସିେଓଜ୍ ଟ୍ରିଟ୍ମେ ପ୍ଲାନ୍ଟ ପରିସରରେ ବୃକ୍ଷରୋପଣ କରିଥିଲେ । ସେଠାରେ ୨ଏମ୍.ଏଲ୍.ଡି. ସିେଓଜ୍ ଟ୍ରିଟ୍ମେ ପ୍ଲାନ୍ଟ ର ଲୋକାର୍ପଣ କରିଥିଲେ । ଟ୍ରେଡ୍ ସେର-୨ ସମ୍ମୁଖରେ ନୂଆ କ୍ରୀଡା ଛାତ୍ରାବାସ ଓ ବାତ୍ୟା ଆଶ୍ରୟସ୍ଥଳର ଶିଳାନ୍ୟାସ କରିଥିଲେ । ବନ୍ଦର ପୋତାଶ୍ରୟ ମଧ୍ୟରେ ସିକ୍ୟୁ-୧ ଓ ୨ବର୍ଥରେ ଯାନ୍ତ୍ରୀକ ଧୂଳିକଣା ରୋକିବା ଯନ୍ତ୍ରର ଉଦଘାଟନ କରିଥିଲେ ମାନ୍ୟବର ମନ୍ତ୍ରୀ । ବନ୍ଦର ପ୍ରଶାସନିକ ଭବନ ପରିସରରେ ବନ୍ଦରର ବିଭାଗୀୟ ମୁଖ୍ୟମାନଙ୍କ ସହିତ ବନ୍ଦରର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ପାରାଦୀପ ବିଧାୟକଙ୍କ ସମେତ ବନ୍ଦର ଅଫିସର୍ସ ଆସୋସିଏସନର କର୍ମକର୍ତା, ଟ୍ରେଡ୍ ୟୁନିୟନ୍ ର କର୍ମକର୍ତାମାନଙ୍କ ସହିତ ଆଲୋଚନା କରିବା ସହ ପ୍ରସ୍ତାବିତ ନୁମାଲିଗଡ ରିଫାଇନାରୀ ସମ୍ପର୍କରେ ଆଲୋଚନା କରି ଫେରି ଯାଇଥିବା ପାରାଦୀପ ବନ୍ଦର ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.