Wednesday , January 26 2022
Breaking News
Home / ବିଶେଷ / ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନକୁ ଜ୍ୟୋତି ଲେଡିଜ୍ କ୍ଲବ୍ ପକ୍ଷରୁ ଆର୍ଥିକ ସହାୟତା

ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନକୁ ଜ୍ୟୋତି ଲେଡିଜ୍ କ୍ଲବ୍ ପକ୍ଷରୁ ଆର୍ଥିକ ସହାୟତା

ପାରାଦୀପ,୨୭/୧୧/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଇଫକୋର ଜ୍ୟୋତି ଲେଡିଜ୍ କ୍ଲବ୍ ଭୁବନେଶ୍ୱରର ସତ୍ୟଭାମା ଦେବୀ କଲେଜ୍ ଫର୍ ହିୟରିଙ୍ଗ୍ ଇମ୍ପାୟାଡ୍ କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । କଲେଜ୍ ର ଅଧ୍ୟକ୍ଷା ଏହି କଲେଜ୍ ନିମନ୍ତେ ସହାୟତା ନିମନ୍ତେ ନିବେଦନ କରିଥିଲେ । ତଦନୁଯାୟୀ ଜ୍ୟୋତି ଲେଡିଜ୍ କ୍ଲବ୍ର ଅଧ୍ୟକ୍ଷା ମମତା ପଟେଲ୍, ଶଶି ଗୋଏଲ୍, ଅମ୍ବିକା ସରନ୍,ଅଳକା ପାଣ୍ଡେ, ମିନି ନିଳାମ୍ବରମ୍,ମନିମାଳା ଚକ୍ରବର୍ତୀ,ସ୍ନିଗ୍ଧା ନାୟକ,ମନିଶା ସାକ୍ସେନା, ସନ୍ଦୀପା ରଥ,ସମ୍ପାଦିକା ରୁମା ମଙ୍ଗଲମୂର୍ତୀ, ଯୁଗ୍ମ ସମ୍ପାଦିକା ସାଲିନି ପାଣ୍ଡେ, କେଷାଧ୍ୟକ୍ଷା ସଙ୍ଗୀତା ମଣ୍ଡଲ୍,ବୈଶାଖୀ ହାଲଦାର, ଏ.କ୍ରିଷ୍ଣାବେଣୀ,ଇଫକୋର ସହକାରୀ ପ୍ରବନ୍ଧକ(ପ୍ରଶାସନ) ପ୍ରସନ୍ନ କୁମାର ବେଉରା ଉପସ୍ଥିତ ରହି ସତ୍ୟଭାମା ଦେବୀ କଲେଜ୍ ଫର୍ ହିୟରିଙ୍ଗ୍ ଇମ୍ପାୟାଡ୍ କୁ ସହାୟତା ଯୋଗାଇ ଦେଇଥିଲେ । ପୂର୍ବରୁ ଜ୍ୟୋତି ଲେଡିଜ୍ କ୍ଲବ୍ ଦିବ୍ୟାଙ୍ଗଙ୍କୁ ତିନିଚକିଆ ସାଇକେଲ ଯୋଗାଇ ଦେଇ ଉଚ୍ଚ ପ୍ରଶଂସିତ ହୋଇଛି । କଲେଜର ଅ୍ୟକ୍ଷା ଏବଂ ଅନ୍ୟ କର୍ମଚାରୀମାନେ ଜ୍ୟୋତି ଲେଡିଜ୍ କ୍ଲବ୍ ଓ ଇଫକୋ ପାରାଦୀପ ୟୁନିଟ୍ କୁ କୃତଜ୍ଞତା ଜଣାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *