କରଞ୍ଜିଆ ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ପ୍ରଥମେ ଭିମସାର , ତାପରେ ସୁନ୍ଦରଗଡର ଏକ ଆବାସିକ ବାଳିକା ବିଦ୍ୟାଳୟ ପରେ ଏବେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଚମକପୁର ଆବାସିକା ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ଛାତ୍ରୀଙ୍କୁ ହଷ୍ଟେଲରେ ସଙ୍ଗରୋଧ ରେ ରଖାଯାଇ ଚିକିତ୍ସା କରାଯାଉଛି । ଜଣ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିକିତ୍ସା ଜାରି ରହିଛି ।
ଓମ୍ପୃକ୍ତ ଆବାସିକ ବିଦ୍ୟାଳୟରେ ମୋଟ ୨୫୯ ଜଣ ଛାତ୍ରୀ ରହି ପାଠ ପଢୁଥିବା ବେଳେ ୨୦ ଜଣ କର୍ମଚାରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଦିନ ପୂର୍ବରୁ କେତେଜଣ ଛାତ୍ରୀ ଅସୁସ୍ଥ ହେବାରୁ ଗତ ଗୁରୁବାର ଦିନ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ତାମଧ୍ୟରୁ ୨୨ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।
ସେହିପରି ଶୁକ୍ରବାର ମଧ୍ୟ ୪ଜଣ ଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ମୋଟ ୨୬ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇସାରିଲାଣି । ଏହାପରେ ଆଉ ୧୫ଜଣଙ୍କ ସ୍ୱାବ ଟେଷ୍ଟ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସମସ୍ତ ଚିହ୍ନଟ ଆକ୍ରାନ୍ତମାନଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି । ସଂକ୍ରମଣ ବଢିବା ଆଶଙ୍କା ଚିନ୍ତା ର କାରଣ ହୋଇଛି ।
ତେବେ ବିଦ୍ୟାଳୟରୁ ଏତେ ପରିମାଣର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କରଞ୍ଜିଆ ଉପଜିଲ୍ଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ, ସ୍ଥାନୀୟ ବିଡ଼ିଓ, ତହସିଲଦାର ଏବଂ ଏକ ଡ଼ାକ୍ତରୀ ଟିମ ବିଦ୍ୟାଳୟରେ ପହଞ୍ଚିବେ ବୋଲି ଜଣାପଡ଼ିଛି।ଓଡ଼ିଶା ସମାଚାର
