Thursday , January 20 2022
Breaking News
Home / ସ୍ୱାସ୍ଥ୍ୟ / ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୨୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ , ୪୧ ଜଣ ଶିଶୁ ସଂକ୍ରମିତ – ୩ ଜଣ ଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୨୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ , ୪୧ ଜଣ ଶିଶୁ ସଂକ୍ରମିତ – ୩ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର ,୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୨୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୪ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୧୦ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୧ ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ୨ଜଣ, ବାଲେଶ୍ୱର ଜିଲ୍ଲାରୁ ୫ଜଣ, ବରଗଡ଼ ଜିଲ୍ଲାରୁ ୪ଜଣ, ଭଦ୍ରକ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୪ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଗଞ୍ଜାମ ୨ଜଣ, ଜଗତସିଂହପୁର ଜିଲ୍ଲାରୁ ୩ଜଣ, ଯାଜପୁର ଜିଲ୍ଲାରୁ ୮ଜଣ, ଝାରସୁଗୁଡ଼ା ୪ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ, କେନ୍ଦୁଝର ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୭ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୨୬ଜଣ, ନୟାଗଡ଼ ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୫ଜଣ, ସମ୍ବଲପୁର ଜିଲ୍ଲାରୁ ୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬ଜଣ, ଷ୍ଟେଟ ପୁଲ୍ ରୁ ୨୮ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୮୪୯୨କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବଲାଙ୍ଗୀର, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୮୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୩୭୬୦୯ ଜଣ ସୁସ୍ଥ ହୋଇଛନ୍ତି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୬ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୨୪୨୪ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସାଧିନ ୍ରଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୩୫୬୯୩୪୭ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୧୪୫ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ – ମୋଟ ସଂଖ୍ୟା ୩୪୭ କୁ ବୃଦ୍ଧି

ଭୁବନେଶ୍ୱର,୧୯/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଏକାଥରକେ ଆଉ ୧୪୫ ଜଣ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। …

Leave a Reply

Your email address will not be published. Required fields are marked *