Saturday , November 26 2022
Breaking News
Home / ବିଶେଷ / ଆଜି ପ୍ରଥମାଷ୍ଟମୀ: ହଳଦୀ ପତ୍ର ବାସ୍ନାରେ ମହକୁଛି କଟକ ସଦର ଅଞ୍ଚଳ

ଆଜି ପ୍ରଥମାଷ୍ଟମୀ: ହଳଦୀ ପତ୍ର ବାସ୍ନାରେ ମହକୁଛି କଟକ ସଦର ଅଞ୍ଚଳ

କଟକ ସଦର,୨୭/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜି ପ୍ରଥମାଷ୍ଟମୀ।ଓଡିଆ ପାଞ୍ଜି ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି।ଏହି ଦିନ ପରିଵାରର ଜୈ।ଠ ସନ୍ତାନ ସନ୍ତତି ମାନଙ୍କର ସୁଖସମୃଦ୍ଧି ଓ ଦୀର୍ଘ ନିରାମୟ ଜୀବନ ପାଇଁ ମାମୁଁ ଘରୁ ଆସିଥିବା ନୂଆ ଲୂଗା ପିନ୍ଧାଇ ହଳଦି ପତ୍ରରେ ତିଆରି ଏଣ୍ଡୁରି ପିଠା ଭୋଗ ଲଗାଇ ମା ମାନେ ପ୍ରତ୍ୟୁଷରୁ ପୂଜାର୍ଚ୍ଚନା କରିଥାନ୍ତି। ଏଥିପାଇଁ ଆଜି ଶନିବାର ଏହି ପ୍ରଥମାଷ୍ଟମୀ ପାଇଁ କଟକ ସଦର ଅଞ୍ଚଳରେ ହଳଦି ପତ୍ର ର ବାସ୍ନା ମହକୁଛି। ଏହି ଦିନ ମାମୁଁମାନେ ନୂଆଲୁଗା ମିଠା ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜାଭାଣିଜୀ ଘରକୁ ଯାଇ ପୋଢୁଆଁ କରନ୍ତି। ସେଥିପାଇଁ ଆମ ଓଡିଆ ଘରେ ମାମୁଁ ଙ୍କୁ ଶ୍ରଦ୍ଧାରେ ‘ଅଷ୍ଟମୀ ଵନ୍ଧୁ’ ବୋଲି କୁହାଯାଏ। ସେହିପରି ଜଗତର ନାଥ ଜଗନ୍ନାଥଙ୍କ ମାନଵୀୟ ଲୀଳା ଅନନ୍ୟ। ସମାଜକୁ ସାଂସ୍କୃତିକ ଭାଵଧାରା ଓ ପାରମ୍ପରିକ ଵିଧି ସହ ଯୋଡ଼ି ସେ ଖୋଜିଵସନ୍ତି ମାମୁଁ ଘର। ମାର୍ଗଶିର ମାସ ଅଷ୍ଟମୀ ତିଥି ଆସିଲେ ମନେପଡେ ମନେ ପଡେ ନିଆଳି ମାଧଵ ମନ୍ଦିର। ମାମୁଁ ଘରୁ ଆସିଵ ଵଡ ଭାଇ ଶ୍ରୀ ବଳଭଦ୍ରଙ୍କ ପାଇଁ ପୋଢୁଆଁଷ୍ଟମୀ ଭାର। ସେଥିରେ ଶ୍ରୀଜୀୟୁମାନଙ୍କୁ ଶ୍ରୀମନ୍ଦିରରେ ରୀତିନିତି ଓ ପୂଜା ଵିଧିରେ ପୋଢୁଆଁ କରାଯାଇଥାଏ।ସଵୁ ସତ୍ୱେ ଲୋକ କଥା ନଲିଭି ଏଵେ ଵି ନିଆଳି ମାଧଵ ମନ୍ଦିର ଶ୍ରୀ ଜଗନ୍ନାଥଙ୍କ ମାମୁଁଘର ଵୋଲି ପରିଚିତ ରହିଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.