ଭୁବନ ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ସାଂସଦ ମହେଶ ସାହୁ ଙ୍କ ସଂପାଦନାରେ ପ୍ରକାଶ ପାଉଥିବା ସାପ୍ତାହିକୀ ଖବରକାଗଜ ‘ଆଗେଇବା’ ର ୪୧ ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଭୁବନର କୃତୀଛାତ୍ର ଓ ସାମ୍ବାଦିକଙ୍କୁ ସମ୍ମାନୀତ କରାଯାଇଥିଲା । ମାତୃଭାଷାରେ ସର୍ବାଧିକ ନମ୍ବର ରଖିଥିବା ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ରୁଦ୍ର ନାରାୟଣ ସାହୁ,କିେଙ୍ଗାଳ – ଅସୁରବନ୍ଧ ସରକାରୀ ଉ.ପ୍ରା ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ର ଚିରଂଜିବୀ ସାହୁ, ଅସୁରବନ୍ଧ ପଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ ଛାତ୍ର ସୌମ୍ୟ ରଂଜନ ସାହୁ ଓ ବିନାୟକ ଇଂଲିଶ ମିଡିୟମ ସ୍କୁଲ ପ୍ରଥମ ଶ୍ରେଣୀ ଛାତ୍ର ଆଶୁତୋଷ ପଣ୍ଡା ଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଭୁବନର ‘ଆଗେଇବା’ ପ୍ରତିନିଧି ଦେବାନନ୍ଦ ସାହୁ ଓ ବ୍ଲକ ପ୍ରତିନିଧି ଜୟଗୁରୁ ପାତ୍ର ଙ୍କୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯାଇଥିଲା ଓ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ଙ୍କୁ ମଧ୍ୟ ସାଂସଦ ମହେଶ ସାହୁ ଓ ମୁଖ୍ୟଅତିଥି ଉପବାଚସ୍ପତି ରଜନୀକାନ୍ତ ସିଂ ଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଓଡ଼ିଶା ସମାଚାର