Monday , September 25 2023
Breaking News
Home / ବିଶେଷ / ୟୁପିରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ୟୁପିରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ବିଜେପି ଶାସନରେ ୟୁପିରେ ବିକାଶର ଗଙ୍ଗା ପ୍ରବାହିତ -ଧର୍ମେନ୍ଦ୍ର ପ୍ରଧାନ

ମେରଠ / ଭୁବନେଶ୍ୱର ,୨୬/୧୧/୨୦୨୧(ଓଡ଼ିଶା ସମାଚାର)-ଉତରପ୍ରଦେଶରେ ଗରିବ କଲ୍ୟାଣ, ସର୍ବସମାଜର ବିକାଶ ଏବଂ ସାଧାରଣ ଲୋକଙ୍କୁ ମିଳିଥିବା ସୁରକ୍ଷାକୁ ନେଇ ବିଜେପି ପକ୍ଷରୁ ଚଳିତ ନିର୍ବାଚନ ଲଢ଼ାଯିବ ବୋଲି ଶୁକ୍ରବାର ଉତରପ୍ରଦେଶର ମେରଠ ଠାରେ ଆୟୋଜିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ଶାସନରେ ରାଜ୍ୟରେ ଆଇନ ବ୍ୟବସ୍ଥା ଏବଂ ବିକାଶର ନୂଆ ଗଙ୍ଗା ପ୍ରବାହିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ୟୁପିର ଜନତା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସୌଭାଗ୍ୟ ଯୋଜନାରେ ବିଜୁଳି, ପାଇପ ଯୋଗେ ଯୋଗେ ସ୍ୱଚ୍ଛ ପାଣି, କରୋନା ମହାମାରୀ ସମୟରେ ମାଗଣାରେ ଖାଦ୍ୟ ସାମଗ୍ରୀ ସହ ଆନୁଷଙ୍ଗିକ ସହାୟତା ସମେତ ଅନେକ ଜନକଲ୍ୟାଣକାରୀ ଯୋଜନାରେ ଲାଭାନ୍ୱିତ । ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାଥୀରେ ଅଛନ୍ତି । ୟୁପିରେ ବର୍ତମାନର ପ୍ରସଙ୍ଗ ହୋଇଛି ଗରିବ କଲ୍ୟାଣ, ଗରିବଙ୍କ ପାଇଁ ଘର, ଗରିବଙ୍କ ଜୀବନରେ ସମ୍ପନ୍ନତା ଆଣିବା ଓ କରୋନା କାଳରେ ସୁରକ୍ଷା । ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ର ସାଥୀରେ ଚାଲୁଥିବା ବିଜେପି ଉତରପ୍ରଦେଶର ଜନତାଙ୍କ ଆସ୍ଥାଭାଜନ ହୋଇପାରିଛି । ଚଳିତ ନିର୍ବାଚନ ଗରିବ କଲ୍ୟାଣ, ସର୍ବସମାଜର ବିକାଶ ଏବଂ ସାଧାରଣ ଲୋକଙ୍କୁ ଆଇନ ଦେଇଥିବା ସୁରକ୍ଷା ଉପରେ ନିର୍ବାଚନ ଲଢ଼ାଯିବ । ଅପରପକ୍ଷରେ ଯେଉଁମାନେ ପିଢି ପରେ ପିଢ଼ି ଶାସନ କରିବା ପରେ ମଧ୍ୟ କିଛି ବିକାଶର କାମ କରିନାହାନ୍ତି, ଯାହାଙ୍କୁ ନିଜ ଉପରେ ଭରସା ନାହିଁ, ସେମାନେ ଆଜି ବିଜେପି ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି । ଦେଶରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହୋଇଥିବା ବେଳେ ଚାଷୀଙ୍କ ଠାରୁ ଧାନ ଓ ଗହମ କିଣାଯାଉଛି । ପିଏମ କୁସୁମ ଯୋଜନାରେ ଚାଷୀଙ୍କ ପାଇଁ ସୋଲାର ପମ୍ପ ଦେବାର ବ୍ୟବସ୍ଥା କରାଯାଇଛି । ଏହି ସବୁ ଯୋଜନାକୁ ଚାଷୀ ବୁଝିସାରିଛି । ଆଗାମୀ ଦିନର ନିର୍ବାଚନ ପାଇଁ ବିଜେପି କାର୍ଯ୍ୟକର୍ତାଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁଶାସନରେ ରାଜ୍ୟର ଜନତା ବିଜେପିକୁ ପୁନଃଆଶୀର୍ବାଦ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *