Friday , September 29 2023
Breaking News
Home / ବିଶେଷ / ରାତି ପାହିଲେ ପୋଢୁଆ ଅଷ୍ଟମୀ,ହେଲେ ଶୋକାକୁଳ ପରିବେଶ ଭିତରେ ଶେଷକୃତ୍ୟ ସମ୍ପନ ହେଲା ମହାନଦୀରେ ଵୁଡି ମରିଥିଵା ୪ଜଣ ଛାତ୍ରଙ୍କ ଶଵ

ରାତି ପାହିଲେ ପୋଢୁଆ ଅଷ୍ଟମୀ,ହେଲେ ଶୋକାକୁଳ ପରିବେଶ ଭିତରେ ଶେଷକୃତ୍ୟ ସମ୍ପନ ହେଲା ମହାନଦୀରେ ଵୁଡି ମରିଥିଵା ୪ଜଣ ଛାତ୍ରଙ୍କ ଶଵ

କଟକ ସଦର , ୨୬/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ରାତି ପାହିଲେ ପୋଢୁଆ ଅଷ୍ଟମୀ। ଚାରିଆଡେ ଆନନ୍ଦ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି, ହେଲେ ଆଜି ଶୁକ୍ରବାର ଶୋକାକୁଳ ପରିବେଶ ମଧ୍ୟରେ ଗତକାଲି ମହାନଦୀରେ ଜଳ ସମାଧି ନେଇଥିବା ୪ ଜଣ କୋମଳମତି ଛାତ୍ରଙ୍କ ପାର୍ଥିଵଶରୀର ର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପ୍ରକାଶ ଯେ ଚାଉଳିଆଗଞ୍ଜ ଥାନା ପୋତା ପୋଖରୀ ଵିନାୟକ ନଗର ଅଞ୍ଚଳର ୪ ଜଣ ୮ମ ଶ୍ରେଣୀ ଛାତ୍ର ଓମ୍ ପ୍ରକାଶ ବେହେରା, ଚନ୍ଦନ ବେହେରା,ଆକାଶ ଵାହାଲିଆ ଓ ଶୁଭମ୍ ସେଠୀ ସ୍କୁଲରୁ ଆସି ଗାଧୋଇଵା ପାଇଁ ଦୁଇଟି ସାଇକେଲ ଯୋଗେ ମହାନଦୀର ଭଦିମୂଳ ଘାଟକୁ ଯାଇଥିଲେ।ଦିନ ଦୁଇଟା ରୁ ଯାଇଥିଵା ପିଲାମାନେ ସଂଧ୍ୟା ସୁଧା ଘରକୁ ନଫେରିଵାରୁ ପରିଵାର ଲୋକେ ପରସ୍ପର ଘର ଖୋଜାଖୋଜି କରି ନ ପାଇ ନଦୀକୂଳରେ ସେମାନଙ୍କର ସାଇକେଲ ଓ ପ୍ୟାଣ୍ଟ୍ ସାର୍ଟ କୁ ଠାବ କରି ନଦୀରେ ବୁଡିଯାଇଥିବା ଅନୁମାନ କରି ପୋଲିସକୁ ଖଵର ଦେଇଥିଲେ। ବିଳମ୍ବିତ ରାତିରେ ଓଡ୍ରାଫ ଟିମ ଖୋଜାଖୋଜି କରି ଗୋଟିଏ ଛାତ୍ର ଓମ୍ ପ୍ରକାଶର ଶଵ ଉଧାର କରିଥିଲା ଵେଳେ ଶୁକ୍ରବାର ଆଉ ତିନିଜଣଙ୍କ ଶଵ ଉଧାର କରିଥିଲେ। ସେମାନଙ୍କର ଶବ ବ୍ୟବଛେଦ କରାଯାଇ ଶଵ ସତ୍କାର କରାଯିବା ଵାସ୍ତଵରେ ଥିଲା ହୃଦୟ ବିଦାରକ। ହେଲେ ସେମାନଙ୍କର ମୃତ୍ୟୁର କାରଣ କେଵଳ ରହିଗଲା ମହାନଦୀର ସେହି ଜଳ ରାଶିରେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *