ବଲାଙ୍ଗୀର, ୨୬/୧୧/୨୦୨୧(ଓଡ଼ିଶା ସମାଚାର)- ବଲାଙ୍ଗୀରରେ ପ୍ରେମସମ୍ପର୍କକୁ ନେଇ ଏକ ଛାତିଥରା ଘଟଣା ଘଟିଛି । ଜଣେ ଯୁବକଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ତାକୁ ପୋଡିବା ସମୟରେ ପ୍ରସ୍ତୁତ ହୋଇଥିବା ଭିଡ଼ିଓ ଭାଇରାଲ ହୋଇଛି ।ଦୁଇ ଜଣ ଯୁବକ ମୃତ ବିଶ୍ଵଦେଵ ସାହୁଙ୍କୁ ପୋଡିବା ସମୟର ଦୃଶ୍ୟ ଭିଡ଼ିଓରେ ରହିଛ। ଗତ ୨୩ ତାରିଖରେ ସୁଦପଡାର ବିଶ୍ଵଦେଵ ସାହୁଙ୍କୁ ଘରୁ ଡାକିଆଣି ତଣ୍ଟି କାଟି ହତ୍ୟା କରିବା ସହ ପୋଡ଼ିଦେଇ ଥିଲେ ଆମିତ ଓ ଶୁଭମ।ଘଟଣାରେ ପୋଲିସ ଶୁଭମ ସିଂ ଓ ଅମିତ ମାନହୀରା ଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଛି।
ହତ୍ୟା କରି ନିଆଁ ଲଗାଇ ପୋଡ଼ୁଥିବାବେଳେ ସେଠାରେ ହିନ୍ଦୀରେ ମାରିକି ପୋଡିଥିବା କହୁଥିବା ବେଳେ ଯେଉଁ ହତିଆର ବ୍ୟବହାର କରିଥିଲେ ତାକୁ ଦେଖାଇ ଆଗକୁ ତୋର ନମ୍ବର ‘ଅବ୍ ତେରି ବାରି’ ବୋଲି ହିନ୍ଦୀରେ କହିଛନ୍ତି ।
ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ହଷ୍ଟେଲ ପଛପଟୁ ଉଦ୍ଧାର ହୋଇଥିବା ଯୁବକଙ୍କର ମୃତଦେହ ମିଳିବା ପରେ ଏହି ହତ୍ୟାକାଣ୍ଡର ଏକ ଭିଡିଓ ଭାଇରାଲ୍ ହୋଇଛି। ଏନେଇ ଛାତିଥରା ଦୃଶ୍ୟ ଆସିଛି । ନୃଶଂସତାର ସବୁ ସୀମା ଟପିଛନ୍ତି ଦୁର୍ବୃତ୍ତ। ଜଣେ ଯୁବକଙ୍କୁ ହତ୍ୟାକଲେ, ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଡ଼ିଲେ ଓ ସେସବୁର ଭିଡିଓ କରି ଡରାଇବା ପାଇଁ ଚ୍ୟାଲେଞ୍ଜ କଲେ। ଭିଡିଓରେ ଦୁଇ ହତ୍ୟାକାରୀ ଜଣଙ୍କୁ ମାରିବା ସହ ଅନ୍ୟ ଜଣଙ୍କୁ ଧମକ ଦେଉଛନ୍ତି। କହୁଛନ୍ତି ‘ଅବ୍ ତେରି ବାରି’।କାହା ଉଦ୍ଦେଶ୍ୟରେ ଏହି ଭିଡିଓ ଦୁଇ ଅଭିଯୁକ୍ତ ପ୍ରସ୍ତୁତ କରିଛନ୍ତି ତାହା ଏବେ ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ହୋଇଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ଶୁଭମ୍ ଓ ଅମିତ। ରାଜେନ୍ଦ୍ର ପ୍ରସାଦ ବିଶ୍ୱ ବିଦ୍ୟାଳୟ ପଛପଟୁ ସୁଦପଡ଼ାର ବିଶ୍ୱଦେବ ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିି। ପ୍ରେମ ସଂପର୍କକୁ ନେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବିଶ୍ୱଦେବ ସାହୁଙ୍କୁ ଏହି ଦୁଇ ଜଣ ଘରୁ ଡାକି ନେଇ ହତ୍ୟା କରିଥିବା ପୁଲିସ ପ୍ରକାଶ କହିଛି। ଗିରଫ ଅଭିଯୁକ୍ତ ବ୍ୟବହାର କରିଥିବା ଧାରୁଆ ଅସ୍ତ୍ର ଆଦି ଜବତହୋଇଛି । ଏହି ଘଟଣା ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଓଡ଼ିଶା ସମାଚାର