କଟକ ,୨୬/୧୧/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ): ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଭଦିମୂଳ ଘାଟରେ ମହାନଦୀରେ ୪ ଜଣ ଛୋଟ ଛୋଟ ଛାତ୍ର ବୁଡିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ମୃତଦେହ ଉଦ୍ଧାର କରାଯାଇସାରିଛି । ଅନ୍ୟ ଜଣଙ୍କୁ ଏବେ ମଧ୍ୟ ଖୋଜା ଚାଲିଛି । ଏହି ସମସ୍ତ ଚାରିଜଣ ଛାତ୍ର ନୂଆଵଜାର ପୋତାପୋଖରୀ ଅଞ୍ଚଳର ବୋଲି ଜଣାଯାଇଛି । ପୋତାପୋଖରୀ ଓ ବିନାୟକ ନଗର ଅଞ୍ଚଳର ୪ ଜଣ ୧୨ରୁ୧୪ ଵର୍ଷିୟ ଛାତ୍ର ସବୁଦିନ ପରି ଗୁରୁବାର ଦିନ ଦୁଇଟି ସାଇକେଲରେ ଭଦିମୂଳ ଖେଳପଡିଆକୁ କ୍ରିକେଟ ଖେଳିବାକୁ ଯାଇଥିଲେ । ସେମାନେ ରାତି ୯ ଟା ସୁଧା ଘରକୁ ନଫେରିଵାରୁ ପରିଵାର ଲୋକେ ପରସ୍ପର ଘରେ ଖୋଜାଖୋଜି କରି ନପାଇ ବିଭିନ୍ନ ଆଡେ ଖୋଜା ଖୋଜି କରିଥିଲେ। ନଦୀ କୂଳରେ ଦୁଇଟି ସାଇକେଲ ଥୁଆ ହୋଇଥିବା ଦେଖି ମନରେ ସନ୍ଦେହ ହେଵାରୁ ପୋଲିସ ଓ ଓଡ୍ରାଫ୍ ଟିମକୁ ଖଵର ଦିଆଯାଇଥିଲା। ନଦୀରେ ଖୋଜାଖୋଜି କରିଵା ପରେ ବିଳମ୍ବିତ ରାତିରେ କ୍ଷେତ୍ରବାସୀ ବେହେରା ନାମକ ଜଣେ ଛାତ୍ର ର ଭାସମାନ ଶଵକୁ ଉଦ୍ଧାର କରାଯାଇଥିଲା ଵେଳେ ଅନ୍ୟ ତିନି ଜଣ ନଦୀରେ ଵୁଡି ଯାଇଥିଵା ସ୍ପଷ୍ଟ ହୋଇଥିଲା। ରାତି ଵେଶି ହେଵାରୁ ନିଖୋଜ ଛାତ୍ରଙ୍କ ଉଦ୍ଧାର କାର୍ୟ୍ୟ ସ୍ଥଗିତ ରଖାଯାଇଥିଲା । ଶୁକ୍ରବାର ସକାଳେ ଆଉ ଦୁଇଜଣ ଛାତ୍ର ଚନ୍ଦନ ବେହେରା ଏବଂ ଆକାଶ ବାହାଳିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ନିଖୋଜ ଛାତ୍ର ଶୁଭମ ସେଠୀ କୁ ଖୋଜିବା କାର୍ୟ୍ୟ ଜାରି ରହିଛି । ଗାନ୍ଧୀ ପଲ୍ଲୀ ବାଲିଗଡ଼ା ପାଖରେ ପଡ଼ିଥିବା ଦୁଇଟି ସାଇକେଲକୁ ଚାଉଳିଆଗଞ୍ଜ ଥାନା ପୁଲିସ ଜବତ କରିଛି।
ସର୍ବଶେଷ ଖବର ଅନୁଯାୟୀ ସମସ୍ତ ୪ ଜଣ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପୂର୍ବରୁ ୩ ଜଣ ଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ନିଖୋଜ ଶୁଭମ ସେଠୀ ର ମୃତ ଦେହ ମଧ୍ୟ ଉଦ୍ଧାର କରାଯାଇଛି । ଓଡ଼ିଶା ସମାଚାର