Tuesday , May 30 2023
Breaking News
Home / ବିଶେଷ / ବିରେନ୍ ମିତ୍ରଙ୍କ ଗରିବ ଲୋକଙ୍କ ପ୍ରତି ଦରଦ ଓ ସହଯୋଗ ଚିରସ୍ମରଣୀୟ

ବିରେନ୍ ମିତ୍ରଙ୍କ ଗରିବ ଲୋକଙ୍କ ପ୍ରତି ଦରଦ ଓ ସହଯୋଗ ଚିରସ୍ମରଣୀୟ

ଭୁବନେଶ୍ୱର ,୨୬/୧୧/୨୦୨୧(ଓଡ଼ିଶା ସମାଚାର)-ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ, ଜନଶକ୍ତି ଖବରକାଗଜର ପ୍ରତିଷ୍ଠାତା, ପ୍ରବୀଣ ରାଜନେତା, ଗରିବ ଲୋକଙ୍କ ପ୍ରତି ସମ୍ବେଦନଶୀଳ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ୍ ମିତ୍ରଙ୍କ ୧୦୪ତମ ଜୟନ୍ତୀ ଆଜି ପ୍ରତୁ୍ୟଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ବିରେନ୍ ମିତ୍ର ଫାଉଣ୍ଡେସନ୍, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ, ଜୟ ଓଡ଼ିଶା ସହଯୋଗରେ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭକ୍ତିପୁତ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥିମାନେ ଯୋଗ ଦେଇ ସ୍ୱର୍ଗତ ମିତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତ୍ୟବରେ ସ୍ୱର୍ଗତ ବିରେନ୍ ମିତ୍ର ଥିଲେ ଗରିବ ଲୋକଙ୍କ ଆଶା ଓ ଭରଷାର ପ୍ରତୀକ । ପ୍ରତିଦିନ ବହୁ ସଂଖ୍ୟକ ଲୋକ ନିଜ ପୁଅ ପାଠ ପଢା, ଝିଅ ବାହାଘର, ରୋଗ ଚିକିତ୍ସା ଏପରିକି ନିଜ ପରିବାର ପାଇଁ ଖାଦ୍ୟ ସହଯୋଗ ପାଉଥିଲେ । ଏହି ଗରିବ ଲୋକଙ୍କୁ ସାହାଯ୍ୟ କରି ଶେଷରେ ସେ ଦାରିଦ୍ର୍ୟକୁ ବରଣ କରିଥିଲେ । ତାଙ୍କ ତ୍ୟାଗ ଓ ସମର୍ପଣ ଭାବ ଯୁବ ସମାଜକୁ ଚିରଦିନ ଅନୁପ୍ରାଣିତ କରିବ ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ପର୍ବୂତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଯୁବ ନେତା ସୁଧାଂଶୁ ତି୍ରପାଠୀ (ବାପି), ପୂର୍ବତନ କର୍ପୋରେଟର ଉମନାଥ ମିଶ୍ର, ନରେନ୍ ସାହୁ, ସମୀର ପ୍ରଧାନ, ଶୁଭ୍ରାଂଶୁ ପଟ୍ଟନାୟକ ଓ ସୁରେନ୍ଦ୍ର ସ୍ୱାଇଁ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.