Saturday , August 20 2022
Breaking News
Home / ବିଶେଷ / ନିଖିଳ ଉତ୍କଳ ପାଟରା ସମିତିର ସନନ୍ଦ ଉନ୍ମୋଚନ

ନିଖିଳ ଉତ୍କଳ ପାଟରା ସମିତିର ସନନ୍ଦ ଉନ୍ମୋଚନ

କଟକ ସଦର , ୨୬/୧୧/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ଵେହେରା): ନିଖିଳ ଉତ୍କଳ ପାଟରା ସମିତି ପାଟଵୈଶ୍ୟ ମହାସଭା ପକ୍ଷରୁ ଆସନ୍ତା ଜାନୁଆରୀ ରେ ଅନୁଷ୍ଠିତ ହେଵାକୁ ଥିଵା ତିନିଦିନିଆ ୨୧୫ ତମ ମହାଅଧିଵେଶନ ନିମନ୍ତେ ରାଜ୍ୟର ସମସ୍ତ ୧୪ ଗୋଟି ଆଞ୍ଚଳିକ ଚକଲା(ଶାଖା)ର ପାରମ୍ପରିକ ମୂଖ୍ୟ ଓ ପଦାଧିକାରୀଙ୍କୁ ନିମନ୍ତ୍ରଣ କରାଯିଵାକୁ ଗୁରୁଵାର କଟକ ଚାଉଳିଆଗଞ୍ଜ କୁଞ୍ଜବିହାରୀ ମଠରେ ସନନ୍ଦ ଉନ୍ମୋଚିତ ହୋଇଯାଇଛି। ଏହାକୁ ମହାସଭାର ବରିଷ୍ଠ ତଥା ଵର୍ଷିୟାନ ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପାଟରା ଉନ୍ମୋଚନ କରିଥିବା ବେଳେ ସାଧାରଣ ସଂପାଦକ ସଂଜୟ ପାତ୍ରଙ୍କ ସମେତ କଟକ ଚକଲାର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସୁଚନା ଯୋଗ୍ୟ ଯେ ପରମ୍ପରା ଓ ପ୍ରଥା ଅନୁଯାୟୀ ମହାଅଧିଵେଶନ ପୂର୍ବରୁ କୁଞ୍ଜବିହାରୀ ମଠରେ ସନନ୍ଦ (ପ୍ରସ୍ତୁତି) ବୈଠକ ହେଵାକୁ ଥିବା ବେଳେ କୋଭିଡ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଅନୁମତି ନମିଳିବାରୁ ପ୍ରଥମ ଥର ପାଇଁ ପୁରୀ ପାଟରା ଭକ୍ତ ନିଵାସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିପାଇଁ ଏହି ସନନ୍ଦକୁ ଏହିଠାରେ ଉନ୍ମୋଚନ କରାଯାଇ କୁଞ୍ଜବିହାରୀ ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଓଡ଼ିଶା ସମାଚାର

About admin

Check Also

ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର  ୪୨ ମୌଜା ଦଧିବାମନପୁର  ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ …

Leave a Reply

Your email address will not be published.