Friday , August 19 2022
Breaking News
Home / ବିଶେଷ / ଦୁଇ ଦିନିଆ ପାରାଦୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟମନ୍ତ୍ରୀ ସାନ୍ତନୁ ଠାକୁର

ଦୁଇ ଦିନିଆ ପାରାଦୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟମନ୍ତ୍ରୀ ସାନ୍ତନୁ ଠାକୁର

ପାରାଦୀପ,୨୬/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ଜାହାଜ ଚଳାଚଳ,ବନ୍ଦର ଓ ଜଳମାର୍ଗ ବିଭାଗର ରଷ୍ଟ୍ରମନ୍ତ୍ରୀ  ସାନ୍ତନୁ ଠାକୁର ଦୁଇ ଦିନିଆ ପାରାଦୀପ ବନ୍ଦର ଗସ୍ତରେ ଆସି ଶୁକ୍ରବାର ଦିନ ପାରାଦୀପ ଠାରେ ପହଂଚିଥିଲେ । ଜବାହାର ଅତିଥି ଭବନରେ ପହଂଚିବା ପରେ ବନ୍ଦରର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍, ଉପାଧ୍ୟକ୍ଷ ଏ.କେ.ବୋଷ ମାନ୍ୟବର ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହା ପରେ ମାନ୍ୟବର ମନ୍ତ୍ରୀ ପାରାଦୀପ ବନ୍ଦର ପୋତାଶ୍ରୟ ଅଂଚଳ ପରିଦର୍ଶନ କରିଥିଲେ ଓ ସେଠାରେ ପାରାଦୀପ ବନ୍ଦରର ପଣ୍ୟକାରବାରର ସ୍ଥିତି ଅନୁଧ୍ୟାନ କରିଥିଲେ । ଅପରାହ୍ନରେ ପୋର୍ଟ ଅଫିସର୍ସ କ୍ଲବ୍ ପରିସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟିଥିଲେ । ପାରାଦୀପ ବନ୍ଦରର ଆଗାମୀ ପ୍ରକଳ୍ପ ସଂପର୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନା ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବନ୍ଦରର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍, ଉପାଧ୍ୟକ୍ଷ ଏ.କେ.ବୋଷଙ୍କ ସମେତ ବିଭାଗୀୟ ମୁଖ୍ୟମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଶନିବାର ଦିନ ମାନ୍ୟବର ମନ୍ତ୍ରୀ ବନ୍ଦରର ସ୍ଥିତି ସଂପର୍କରେ ଆଲୋଚନା କରିବା ସହିତ ଶ୍ରମିକ ସଙ୍ଗଠନର କର୍ମକର୍ତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବନ୍ଦର ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.