Wednesday , October 4 2023
Breaking News
Home / ବିଶେଷ / ଦିବ୍ୟାଙ୍ଗ ପିଲା ମାନଙ୍କ ଗାଁ ଭାଲୁଚୁଆ – ପ୍ରଶାସନ ଙ୍କ ପାଖରେ ଖୋଜ ଖବର ନାହିଁ (ଏକ୍ଲୁସିଭ୍ ଷ୍ଟୋରି)

ଦିବ୍ୟାଙ୍ଗ ପିଲା ମାନଙ୍କ ଗାଁ ଭାଲୁଚୁଆ – ପ୍ରଶାସନ ଙ୍କ ପାଖରେ ଖୋଜ ଖବର ନାହିଁ (ଏକ୍ଲୁସିଭ୍ ଷ୍ଟୋରି)

କଳାହାଣ୍ଡି, ୨୬/୧୧/୨୦୨୧(ଓଡ଼ିଶା ସମାଚାର/ସଂଜୟ ସିଂହ) – ସରକାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ବଦ୍ଧ । ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ୟନ୍ତ କିଛିନା କିଛି ଜନ ହିତକାରୀଯୋଜନା ପ୍ରଣୟନ କରିଛନ୍ତି ସରକାର । ନବଜାତ ଶିଶୁ ମାନଙ୍କୁ ବିଭିନ୍ନ ରୋଗରୁ କେମିତି ଓ କିପରି ନିରାକରଣ କରାଯାଇ ପାରିବ ସେଥି ପାଇଁ ମଧ୍ୟ ଟୀକା କରଣ ର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏମିତ ବି ଗାଁ ରହିଛି , ଯେଉଁ ଗାଁରେ ଅଧିକାଂଶ ଶିଶୁ ଦିବ୍ୟାଙ୍ଗ ରହିଥିବା ବେଳେ ସରକାରୀ ଯୋଜନା ତାଙ୍କ ପାଇଁ ସାତସପନ ପାଲଟିଛି ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ର ଧଅରପୁର ପଂଚାୟତ ର ଭାଲୁଚୁଆ ଗାଁ । ଏହି ଗାଁ ରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ଘର ରହିଥିବା ବେଳେ ୧୨୦୦ ରୁ ଉର୍ଦ୍ଧ ଜନସଂଖ୍ୟା । ଏମାନଙ୍କ ମୁଖ୍ୟ ଜୀବିକା ହେଲା କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରିବା । ବର୍ତ୍ତମାନ ଏହି ଗାଁ ରେ ଏକ ବର୍ଷ ଶିଶୁ ଠାରୁ ଆରମ୍ଭ କରି ୨୦ ବର୍ଷ ପର୍ୟ୍ୟନ୍ତ ୩୦ ରୁ ଅଧିକ ଦିବ୍ୟାଙ୍ଗ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେମାନଙ୍କ ପାଇଁ କୌଣସି ସରକାରୀ ସୁବିଧା ଯୋଗାଇ ଦିଆଯାଉ ନାହିଁ ବୋଲି ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଗାଁ ରେ ଅଧିକାଂଶ ଲୋକ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ଦିବ୍ୟାଙ୍ଗ ଶିଶୁ ମାନଙ୍କ ଚିକିତ୍ସା ରେ ବାଧକ ସାଜିଛି ଅର୍ଥ । ଅନ୍ୟପଟେ ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ବହୁ ଯୋଜନା କରିଛନ୍ତି । ହେଲେ ଏମାନଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ଯୋଜନା । ପ୍ରଶାସନ ର ଉଦାସୀନତା ଯୋଗୁଁ ଆଜି ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ସରକାରୀ ସୁବିଧା ମିଳିପାରୁ ନ ଥିବା ଅଭିଯୋଗ କରିଛନ୍ତି ।
ଦିବ୍ୟାଙ୍ଗ ହେବା ମଣିଷ ଙ୍କ ନିଜ ହାତର କଥା ନୁହଁ । ହୁଏତ ନିୟତିର ଖେଳ । ସରକାର ଏମାନଙ୍କୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେଇଛନ୍ତି । ହେଲେ ମାତ୍ର କେତେ ଜଣ ଙ୍କୁ ଭତ୍ତା ପ୍ରଦାନ କରାଯାଉଛି ତ ଆଉ କାହାରିକୁ ଭତ୍ତାପ୍ରଦାନ କରାଯାଉ ନାହିଁ । ପୁଣି ସେମାଙ୍କୁ ଥଇଥାନ କିମ୍ବା ପାଠ ପଢ଼ାର ର ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ହେଲେ ଏହି ଗୋଟିଏ ଗାଁ ରେ ଏତେ ପରିମାଣ ରେ ଦିବ୍ୟାଙ୍ଗ ହେବାର କାରଣ ବର୍ତ୍ତମାନ ପର୍ୟ୍ୟନ୍ତ ଜଣାପଡି ନାହିଁ ।
ଧାଆଁରପୁର ପଂଚାୟତ ଭାଲୁଚୁଆ ଗାଁରେ ସଂଖ୍ୟାଧିକ ଦିବ୍ୟାଙ୍ଗ ଶିଶୁ ଜନ୍ମ ନେବା ପଛରେ କଣ କାରଣ ଅଛି । ଏକ ଉଚ୍ଚସ୍ତରୀୟ ଡାକ୍ତରି ଦଳ ଗ୍ରାମକୁ ଯାଇ ଏହାର କାରଣ ଓ ତଦନ୍ତ କରିବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି ।ଏଥିସହ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଚିକିତ୍ସା ଓ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ତେବେ ସରକାର କେବେ ଏହି ଗାଁ ପ୍ରତି ସୁଦୃଷ୍ଟି ଦେଇ ଡ଼ାକ୍ତରୀ ଦଳଯାଇ ଘଟଣାର ତଦନ୍ତ କରିବେ ତାହା ଦେଖିବାକୁ ବାକି ରହିଲା ।ଓଡିଶା ସମାଚର

Leave a Reply

Your email address will not be published. Required fields are marked *