Tuesday , August 16 2022
Breaking News
Home / ବିଶେଷ / ଟିପିସିଓଡିଏଲ ପକ୍ଷରୁ ବିଦୁ୍ୟତ୍ ଚୋରି ଧଡପଗଡ

ଟିପିସିଓଡିଏଲ ପକ୍ଷରୁ ବିଦୁ୍ୟତ୍ ଚୋରି ଧଡପଗଡ

କେନ୍ଦ୍ରାପଡ଼ା,୨୬/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟିପିସିଓଡିଏଲ ପ୍ରବର୍ତନ ବିଭାଗ ପକ୍ଷରୁ କେନ୍ଦ୍ରାପଡା ସହର ଏବଂ ଆଖପାଖ ଅଂଚଳରେ ବିଦୁ୍ୟତ ଚୋରି ଧଡପଗଡ କରାଯାଇଛି । ଏଥିରେ କେନ୍ଦ୍ରାପଡା ଡିଭିଜନର ୨୯ଟି ସ୍କ୍ୱାର୍ଡ ଅଂଶ ଗ୍ରହଣ କରିଥିଲେ । ଏହି ଧଡପଗଡରେ ୫୪୫ଟି ଗୃହ ଏବଂ ଅନୁଷ୍ଠାନ ଉପରେ ଅଚାନକ ଚଢାଉ କରାଯାଇ ୧୨୬ ଓ ୧୩୫ ଧାରାରେ ୧୧୩ଟି ମାମଲା ରୁଜୁ୍ କରାଯାଇଛି । ସେଥିମଧ୍ୟରୁ ୧୧୩ଟି ଘରେ ୩୦୫ କିଲୋ ୱାଟ୍ ବିଦୁ୍ୟତ ଚୋରି ଧରାଯାଇଥିବା ବେଳେ ବେଆଇନ ଭାବେ ବ୍ୟବହୃତ ହେଉଥିବା ୧୦ଟି ବିଦୁ୍ୟତ ସଂଯୋଗକୁ ତତକ୍ଷଣାତ୍ ବିଛିନ୍ନ କରାଯାଇଛି । ଏହି ଧଡପଗଡ କେନ୍ଦ୍ରାପଡା ଟିପିସିଓଡିଏଲ ଡିଭିଜନର ସହକାରୀ ସାଧାରଣ ପରିଚାଳକ ପ୍ରଦିପ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ଏହି ମିଶନ ମାଧ୍ୟମରେ ଟିପିସିଓଡିଏଲର ସମସ୍ତ ଗ୍ରାହକମାନଙ୍କୁ ସାଧୁତାର ସହ ବିଦୁ୍ୟତ ବ୍ୟବହାର କରିବାକୁ କେନ୍ଦ୍ରାପଡା ଡିଭିଜନ ପକ୍ଷରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ

ବାଲିଗୁଡା,୧୬/୦୮/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପକ୍ଷରୁ ୨୭ କିଲୋ ୩୦୦ …

Leave a Reply

Your email address will not be published.