କେନ୍ଦ୍ରାପଡ଼ା,୨୬/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ବରପୁତ୍ର ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ୨ୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ସ୍ମୃତିସଭା ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱର୍ଗତ ମହାନ୍ତିଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆସନ୍ତା ଡିସେମ୍ବର ମାସ ୭ତାରିଖ ସକାଳେ ତିଳତର୍ପଣ, ଫଳ ବଂଟନ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ସେହିଦିନ ଚଳିତ ବର୍ଷ ପାଇଁ ଭାଗବତ ପ୍ରସାଦ ମହାନ୍ତି ସମାଜସେବା ସମ୍ମାନ ଡଃ. ବିରଜା ପ୍ରସାଦ ରାଉତରାୟଙ୍କୁ ଏବଂ ଭାଗବତ ପ୍ରସାଦ ମହାନ୍ତି ପ୍ରତିଭା ସମ୍ମାନ ନାରୀ କବି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡଃ. ଅପର୍ଣ୍ଣା ମହାନ୍ତିଙ୍କୁ ପ୍ରଦାନ କରାଯିବାକୁ ସ୍ମୃତି କମିଟି ପକ୍ଷରୁ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଆବାହକ ସୁଶିଲ ସାମଲ, ମହେନ୍ଦ୍ର ପରିଡା, ଗୋପାଳକୃର୍ଷ୍ଣ ଜେନା, ଶରତ ବେଉରା, ମୁକ୍ତାର ଖାଁ, ଆଇନଜୀବୀ ବିଧୁଭୂଷଣ ମହାପାତ୍ରଙ୍କ ସମେତ ସ୍ମୃତି କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
Check Also
ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ ପାଳିତ
କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର ୪୨ ମୌଜା ଦଧିବାମନପୁର ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ …