କେନ୍ଦ୍ରାପଡ଼ା, ୨୬/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରପାଳିକାର ୨୧ଟି ୱାର୍ଡ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ସେହି ଅନୁଯାଇ ୧ନଂ ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୨ନଂ ୱାର୍ଡ ପଛୁଆ ବର୍ଗ ମହିଳା, ୩ନଂ ୱାର୍ଡ ଅନୁସୂଚିତ ଜନଜାତି ମହିଳା, ୪ନଂ ୱାର୍ଡ ମହିଳା, ୫ନଂ ୱାର୍ଡ ପଛୁଆ ବର୍ଗ, ୬ନଂ ୱାର୍ଡ ପଛୁଆ ବର୍ଗ, ୭ନଂ ୱାର୍ଡ ମହିଳା, ୮ନଂ ୱାର୍ଡ ମହିଳା, ୯ନଂ ୱାର୍ଡ ଅନୁସୂଚିତ ଜାତି, ୧୦ନଂ ୱାର୍ଡ ପଛୁଆ ବର୍ଗ ମହିଳା, ୧୧ନଂ ୱାର୍ଡ ମହିଳା, ୧୨ନଂ ୱାର୍ଡ ମହିଳା, ୧୩ନଂ ୱାର୍ଡ ଅସଂରକ୍ଷିତ, ୧୪ନଂ ୱାର୍ଡ ମହିଳା, ୧୫ନଂ ୱାର୍ଡ ପଛୁଆ ବର୍ଗ, ୧୬ନଂ ୱାର୍ଡ ମହିଳା ଓ ୧୭, ୧୮, ୧୯, ୨୦ ଏବଂ ୨୧ନଂ ୱାର୍ଡ ଅସଂରକ୍ଷିତ ରହିଛି । ଏ ସମ୍ପର୍କରେ ଯଦି କାହାର କୈାଣସି ଅଭିଯୋଗ ଥାଏ ତେବେ ଆସନ୍ତା ଡିସେମ୍ବର ମାସ ୪ତାରିଖ ସୁଧା କେନ୍ଦ୍ରାପଡା ପୌରସଂସ୍ଥା କାର୍ଯ୍ୟାଳୟରେ ସେ ସମ୍ପର୍କିତ ଅଭିଯୋଗ ଦାଖଲ କରିବାକୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର
Check Also
ଓଡ଼ିଶା ହାଇକୋର୍ଟ ର ଆଉ ଦୁଇ ନୂଆ ବିଚାରପତି
କଟକ, ୧୨/୦୮: ଓଡ଼ିଶା ହାଇକୋର୍ଟକୁ ମିଳିଲେ ଦୁଇ ନୂଆ ବିଚାରପତି । ଦୁଇ ନୂଆ ବିଚରପତିଙ୍କୁ ଆଜି ନିଯୁକ୍ତି କରାଯାଇଥିବା …