Thursday , December 2 2021
Breaking News
Home / କୃଷି / କଳାହାଣ୍ଡି ଜିଲ୍ଲା ରେ ମଣ୍ଡି ଆରମ୍ଭ

କଳାହାଣ୍ଡି ଜିଲ୍ଲା ରେ ମଣ୍ଡି ଆରମ୍ଭ

କଳାହାଣ୍ଡି , ୨୬/୧୧/୨୦୨୧(ଓଡ଼ିଶା ସମାଚାର/ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ମଣ୍ଡି ରେ ଚାଷୀ ବିକିବ ତାର ଉପାର୍ଜିତ ଫସଲ । ଚଳିତ ଖରିଫ ଋତୁ ପାଇଁ ୮୪ ହଜାର ପଞ୍ଜିକୃତ ଚାଷୀ ଙ୍କ ଠାରୁ ୪୦ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ୟ୍ୟ ରଖାଯାଇଥିବା ବେଳେ ୩୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଟି ଓ୧୭୪ ଗୋଟି ସମବାୟ ସମିତି ଜରିଆରେ ଧାନ କିଣା ଯିବାପାଇଁ ସ୍ତରୀକୃତ କରା ଯାଇଥିବା ଜଣାଯାଇଛି ।, ସମୁଦାୟ ୨୦୭ ଗୋଟି ମଣ୍ଡି ଜରିଆରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ । ଏପରିକି ସମୁଦାୟ ୨୦୭ ଗୋଟି ମଣ୍ଡି ଜରିଆରେ ଧାନ ସଂଗ୍ରହ କରାଯିବା ସକାଶେ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛନ୍ତି ଓ ପ୍ରଥମ ଥର ପାଇଁ ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି । କିନ୍ତୁ ବାହାଘର ବେଳେ ବାଇଗଣ ରୁଆ ଭଳି ତରବରିଆ ଭାବରେ ମଣ୍ଡି ଖୋଲା ଯାଉଥିବା ଅଭିଯୋଗ ହେଉଛି । ମଣ୍ଡି ଖୋଲିବା ପୂର୍ବରୁ ପ୍ରଶାସନ ଙ୍କ ତରଫରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । ମାତ୍ର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ବୁଧବାର ବିଳମ୍ବିତ ରାତ୍ରିରେ ଜିଲ୍ଲା ଯୋଗାଣ ବିଭାଗ କାର୍ୟ୍ୟାଳୟ ରେ ବିଭାଗୀୟ ବୈଠକ ବସି ଜିଲାର ପ୍ରଥମ ମଣ୍ଡି କେଉଁଠି ଖୋଲାଯିବ ତାହାର ନିଷ୍ପତି ନିଆଯାଇଥିଲା । ଧାନ କିଣାକୁ ନେଇ ଜିଲ୍ଲାରେ କୌଣସି ପୂର୍ବ ପ୍ରସ୍ତୁତି ହୋଇ ନାହିଁ । ମଣ୍ଡି ଗୁଡିକରେ ଏମିତି କି ବିଜୁଳି କିମ୍ବା ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ବର୍ତ୍ତମାନ ପ୍ରଥମ କରି ଧର୍ମଗଡ଼ ବ୍ଲକ୍ ର ତରାପୁର ମଣ୍ଡି ଓ ଜୟପାଟଣା ବ୍ଲକର ରଣମାଲ ମଣ୍ଡି ଠାରେ ଆରମ୍ଭ କରାଯାଇଅଛି ।ଓଡିଶା ସମାଚର

About admin

Check Also

କଳାହାଣ୍ଡି ଜିଲ୍ଲା ରେ ଧାନ ମଣ୍ଡି ଖୋଲିଲା

Leave a Reply

Your email address will not be published. Required fields are marked *