କଟକ ୨୬/୧୧/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକରୁ ପୁଣି ଜବତ ହେଲା ବ୍ରାଉନସୁଗାର । କଟକ ଲାଲବାଗ ଥାନା ଅଞ୍ଚଳରୁ ପୋଲିସ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଜବତ ଏହି ବ୍ରାଉନସୁଗାର ର ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ହବ । ଜବତ ବ୍ରାଉନସୁଗାର କାରବାରରେ ସଂପୃକ୍ତ ବିଡ଼ାନାସି ଥାନା ଅନ୍ତର୍ଗତ ତୁଳସୀପୁର ଖ୍ରୀଷ୍ଟିଆନ ସାହିର ରାଜା ବସ୍ତିଆ ଆଲିଆସ ଜିତେନ୍ଦ୍ର ବସ୍ତିଆ (୩୦)କୁ ପୋଲିସ ଗିରଫ କରିଛି । ୨୭୦ ଗ୍ରାମର ବ୍ରାଉନସୁଗାର ସହିତ ଓଡ଼ି-୦୨-ବି- ୧୮୨୧ ନମ୍ବର ଥିବା ଏକ ହିରୋ ଡ଼ିଲକ୍ସ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ଏ ସମ୍ପର୍କରେ ଲାଲବାଗ ଥାନାରେ କେଶ ନଂ ୨୯୯ରେ ଏକ ମାମଲା ରୁଜୁ କରାଯାଇଛି ।
ଗିରଫ ହୋଇଥିବା ରାଜା ଜଗତସିଂହପୁରରୁ ବ୍ରାଉନସୁଗାର ଆଣି କଟକରେ ବେପାର କରୁଥିଲା । ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ରାଜା ନାମରେ ବିଡ଼ାନାସୀ, କ୍ୟାନ୍ଟନମେଂଟ, ମାଲଗୋଦାମ , ସିଡ଼ିଏ ଫେଜ ୨ ଆଦି ଥାନାରେ ୧୯ ରୁ ଅଧିକ ମାମଲା ରହିଥିବା ଡ଼ିସିପି ଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜ ରେ ସୂଚନା ଦିଆଯାଇଛି । ଗତ ଏକ ବର୍ଷ ଭିତରେ କଟକ ସହରରୁ ପ୍ରାୟ ୫ କେଜି ବ୍ରାଉନସୁଗାର ଜବତ କରାଯାଇ ସାରିଲାଣି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର