Thursday , January 20 2022
Breaking News
Home / ବିଶେଷ / ଇଫକୋ ପାରଦୀପ ୟୁନିଟ୍ ପକ୍ଷରୁ ଗୋଖାଦ୍ୟ ବଂଟନ

ଇଫକୋ ପାରଦୀପ ୟୁନିଟ୍ ପକ୍ଷରୁ ଗୋଖାଦ୍ୟ ବଂଟନ

ପାରାଦୀପ,୨୬/୧୧/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଠାରେ ଥିବା ବହତ୍ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପାରାଦୀପ ୟୁନିଟ୍ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ଡେରାବିସ୍ ଥାନା ଅନ୍ତର୍ଗତ ନିଳିକଣାର ଶ୍ରୀ ଶ୍ରୀ ବଳେଦବଜୀୟୁ ଗୋମଙ୍ଗଳ ସମିତି ଠାରେ ଗୋଖାଦ୍ୟ ବଂଟନ କରାଯାଇଛି । ଗୋମଙ୍ଗଳ ସମିତର ସଭାପତି ଫକୀର ଚରଣ ଖଟୁଆ, ସମ୍ପାଦକ ସୁଶୀଲ୍ କୁମାର ସାମଲଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଇଫକୋ ପାରାଦୀପ ୟୁନିଟ୍ ର ନିର୍ବାହୀ ନିର୍ଦ୍ଧେଶକ କେ.ଜେ. ପଟେଲ୍ ଙ୍କୁ ଭେଟି ଗୋମଙ୍ଗଳ ସମିତିରେ ଥିବା ଗାଈ ଗୋରୁଙ୍କ ନିମନ୍ତେ ଗୋଖାଦ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।  ନିର୍ବାହୀ ନିର୍ଦ୍ଧେଶକ କେ.ଜେ. ପଟେଲ୍ ଏହାକୁ ସହୃଦୟତାର ସହ ଗ୍ରହଣ କରିଥିଲେ । ଏହି କ୍ରମରେ ଇଫକୋ ପାରାଦୀପ ୟୁନିଟ୍ ର ସହକାରୀ ପ୍ରବନ୍ଧକ ପ୍ରସନ୍ନ କୁମାର ବେଉରା ସେଠାରେ ପହଂଚି ଗୋଖାଦ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋମଙ୍ଗଳ ସମିତିର ସଭାପତି ଫକୀର ଚରଣ ଖଟୁଆ, ସମ୍ପାଦକ ସୁଶୀଲ୍ କୁମାର ସାମଲଙ୍କ ସମେତ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର, ତରୁଣ ରଂଜନ ପ୍ରଧାନ, ମାନବାଧିକାର କାଉନସିଲ୍ ର ଡେରାବିଶ୍ ବ୍ଲକ୍ ସମ୍ପାଦକ ନିରୂପମା ଦାସ ପ୍ରମୁଖ ଉପସ୍ଥିତ ଥିଲେ । କେବଳ ପାରାଦୀପ ନୁହେଁ ଜଗତସିଂହପୁର ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲାର ଅସହାୟ ଲୋକମାନଙ୍କୁ ସହାୟତାର ଜାତ ବଢେଇ ପ୍ରଶଂସିତ ହୋଇଥିବା ଇଫକେ ପାରାଦୀପ ୟୁନିଟ୍ ପୁଣି ଥରେ ଏଭଳି ମହାନ୍ କାର୍ଯ୍ୟକରି ସାଧାରଣରେ ପ୍ରଶଂସାର ପାତ୍ର ହୋଇ ପାରିଛି । ଓଡ଼ିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *