Tuesday , August 16 2022
Breaking News
Home / ବିଶେଷ / ଆଇଏସସିଏସର ନୂଆ ଦ୍ୱିଭାଷୀ ପତ୍ରିକା “ପୂର୍ବୋଦୟ”ର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଆଇଏସସିଏସର ନୂଆ ଦ୍ୱିଭାଷୀ ପତ୍ରିକା “ପୂର୍ବୋଦୟ”ର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସାମାଜିକ- ଆର୍ଥିକ ପରିବର୍ତନର ନୂଆ ମାଧ୍ୟମ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର ,୨୬/୧୧/୨୦୨୧(ଓଡ଼ିଶା ସମାଚାର)- ପରିବର୍ତିତ ଦୃଶ୍ୟପଟ୍ଟରେ ଜ୍ଞାନ ଏବଂ ଟେକ୍ନୋଲୋଜି ସାମାଜିକ- ଆର୍ଥିକ ପରିବର୍ତନର ନୂଆ ମାଧ୍ୟମ ବୋଲି ଶୁକ୍ରବାର ସାମାଜିକ ଏବଂ ସାଂସ୍କୃତିକ ଅଧ୍ୟୟନ ପ୍ରତିଷ୍ଠାନ(ଆଇଏସସିଏସ)ର ନୂଆ ଦ୍ୱିଭାଷୀ ପତ୍ରିକା “ପୂର୍ବୋଦୟ- ଦ ରାଇଜ୍ ଅଫ୍ ଅପରଚ୍ୟୁନିଟି”ର ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଆମକୁ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଆମର ଦୃଷ୍ଟିକୋଣକୁ ପୁନଃବିଚାର କରିବାକୁ ହେବ ଏବଂ ପୂର୍ବ ଭାରତ ତଥା ଦେଶକୁ ଆତ୍ମନିର୍ଭର କରିବା ଓ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଥିବା ଆହ୍ୱାନ ଗୁଡ଼ିକୁ ସୁଯୋଗରେ ପରିଣତ କରିବାକୁ ହେବ ।
ଶ୍ରୀ ପ୍ରଧାନ ପୂର୍ବ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଇତିହାସ ଉପରେ ଆଲୋକପାତ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୂର୍ବ ରାଜ୍ୟ ସମୂହ ଗୁଡ଼ିକର ବିକାଶ ପାଇଁ ନିରନ୍ତର ଉଦ୍ୟମ କରାଯାଉଛି । ଦେଶର ପୂର୍ବ ଭାରତ ଅପାର ସମ୍ଭାବନାରେ ପରିପୂର୍ଣ୍ଣ । ଖଣିଜ, ଉର୍ବର ଜମି ଏବଂ ଅନ୍ୟ ସବୁ ପ୍ରାକୃତିକ ସମ୍ବଳର ଅଭାବ ନ ଥିବା ପୂର୍ବା ଭାରତର ବିକାଶ ଦିଗରେ ଆଗେଇବା ପାଇଁ ଆମେ ସକ୍ଷମ । ଏହାସହ ଏହି ଅଂଚଳରେ ସମୃଦ୍ଧ ସଂସ୍କୃତି ପୂର୍ବ କାଳରୁ ରହିଆସିଛି । ଦେଶର ଏହି ଗୌରବମୟ ସ୍ଥାନରେ ସମ୍ରାଟ ଅଶୋକ, ଖାରବେଳ ପ୍ରମୁଖ ଶାସନ କରୁଥିଲେ ।
ସାମ୍ପ୍ରତିକ ସମୟରେ ସୁବାଷ ଚନ୍ଦ୍ର ବୋଷ, ସ୍ୱାମୀ ବିବେକାନନ୍ଦ, ରବିନ୍ଦ୍ର ନାଥ ଟାଗୋରଙ୍କ ବିଚାର ମାଧ୍ୟମରେ ଭାରତର ସଂସ୍କୃତି ଓ ପରମ୍ପରାକୁ ପୁନଃଜୀବିତ କରିବାକୁ ପଡ଼ିବ । ଟାଗୋରଙ୍କ ଆଧ୍ୟାତ୍ମିକ ଚେତନାକୁ ଉପଯୋଗ କରି ନୂଆ ଭାରତ ନିର୍ମାଣରେ ପୂର୍ବ ଭାରତକୁ ଆଗେଇ ନେବା ପାଇଁ ପଡ଼ିବ । ପୂର୍ବୋଦୟକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଆଲୋଚନା କରିବା ଦିଗରେ ବୁଦ୍ଧିଜୀବୀ, ଯୁବ ଗବେଷକଙ୍କୁ ଯୋଡ଼ି ପଦକ୍ଷେପ ନେଇଥିବାରୁ ଆଇଏସସିଏସକୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । କେବଳ ଦ୍ୱିଭାଷୀ ନୁହେଁ ବରଂ ପୂର୍ବୋୟ ପତ୍ରିକାକୁ ବହୁ ଭାଷାରେ ପ୍ରକାଶିତ କରିବାର ଆବଶ୍ୟକତା ରହିଛି । ଭାଷା ବିବିଧତା ହିଁ ଆମର ବଡ ଶକ୍ତି ଏବଂ ଏଥିପାଇଁ ଶିକ୍ଷାରେ ଆମର ମାତୃଭାଷାକୁ ପ୍ରାଥମିକତା ଦେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଡ଼ା.କିଶୋର କୁମାର ବସା, ଆଇଏସସିଏସର ନିର୍ଦ୍ଧେଶକ ଅରିନ୍ଦମ ମୁଖାର୍ଜୀ, ପୂର୍ବୋଦୟ ପତ୍ରିକାର ସମ୍ପାଦକ ଡ଼ାକ୍ତର ସୁଜିତ ପୃଷେଠ୍ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.