Friday , September 22 2023
Breaking News
Home / ବିଶେଷ / ଅନ୍ୱେଷଣ ଥିଏଟର ଗ୍ରୁପ ଯାଜପୁର ପକ୍ଷରୁ ଶୁଭସ୍ତମ୍ଭ ସଫେଇ

ଅନ୍ୱେଷଣ ଥିଏଟର ଗ୍ରୁପ ଯାଜପୁର ପକ୍ଷରୁ ଶୁଭସ୍ତମ୍ଭ ସଫେଇ

ଯାଜପୁର, ୨୬/୧୧/୨୦୨୧(ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାର ଅଗ୍ରଣୀ ସେବା ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ଯାଜପୁରର ପୁରାତନ ଐତିହ୍ୟ କିର୍ତିରାଜି ଶୁଭସ୍ତମ୍ଭର ଚତୁପାଶ୍ୱର୍ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ, ଯାଜପୁର ଥାନା ନୂତନ ଥାନାଧିକାରୀ ଅଜୟ କୁମାର ଜେନାଙ୍କ ସହିତ ଅନ୍ୱେଷଣ ପରିବାରର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଭୂପତି ଭୂଷଣ ମିଶ୍ରଙ୍କ ସମତେ ପରିବାରର ସଭାପତି ବୃନ୍ଦାବନ ମିଶ୍ର, ପରିବାରର ଉପଦେଷ୍ଟା ହରିହର ସ୍ୱାଇଁ, ଶଙ୍କର ସାହୁ, ପ୍ରସନ୍ନ ବିଶ୍ୱାଳ, ଉପେନ୍ଦ୍ର କୁମାର ଜେନା, ଧନଞ୍ଜୟ ପୃଷ୍ଟି, ଭରତ ଚନ୍ଦ୍ର ବେହେରା, ମନିସା ରାଉତ, ଇଚ୍ଛାମୟୀ ଧଳ, ସ୍ୱାତୀ ପଣ୍ଡା, ସାଗରୀକା ପରିଡ଼ା, ସୁମିତ୍ରା ଜେନା, ଧନଞ୍ଜୟ ନାୟକ, ମୁକୁନ୍ଦ ନାୟକ, ସୁରଜ ପଣ୍ଡା, ସୁକାନ୍ତ ରାଉତ, ଗୋପାଳ ଚନ୍ଦ୍ର ବେହେରା, ପଂଚାନନ ପାଣି, ଜିତେନ୍ଦ୍ର ସାହୁ, ମଧୁସୂଦନ ମହାନ୍ତି, ସଂଗଠନର ସମ୍ପାଦକ ବୈଦ୍ୟନାଥ ପଣ୍ଡା, ବିଜୁ ମହାରଣା, ଅନିଲ୍ କୁମାର ଜେନା, ଅଚୁ୍ୟତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୱେଷଣର ଏତାଦୃଶ କାର୍ଯ୍ୟକ୍ରମରେ ମୁଗ୍ଧହୋଇ ସ୍ଥାନୀୟ ସମାଜସେବୀ ଅମର କୁମାର ଦାସ ସ୍ୱଇଚ୍ଛାରେ ଅନ୍ୱେଷଣ ପରିବାର ସହିତ ସାମିଲ ହୋଇଥିଲେ ଏବଂ ଅନ୍ୱେଷଣର କାର୍ଯ୍ୟକ୍ରମକୁ ଭୁୟଷୀ ପ୍ରଶଂସା କରିଥିଲେ । ପରିଶେଷରେ ପରିବାର ମୁଖ୍ୟ ଉପଦେଷ୍ଟା ଭୂପତିଭୂଷଣ ମିଶ୍ର ଉଦବୋଧନ ଦେଇ ଅନ୍ୱେଷଣ ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ଭବିଷ୍ୟତରେ ଆହୁରି ଏହିପରି ସମାଜସେବାରେ ସାମିଲ ହେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଅଭିମନୁ୍ୟ ମିଶ୍ର ସମସ୍ତ କାର୍ଯ୍ୟକୁ ସଂଚାଳନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *