Tuesday , August 9 2022
Breaking News
Home / ବିଶେଷ / ସ୍ୱର୍ଗତ ସୁବୋଧ ପାଣିଗ୍ରାହୀଙ୍କ ସ୍ମୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

ସ୍ୱର୍ଗତ ସୁବୋଧ ପାଣିଗ୍ରାହୀଙ୍କ ସ୍ମୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

କନ୍ଧମାଳ,୨୫/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଫୁଲବାଣୀ ଡ୍ୟାନ୍ସ ଏକାଡୋମୀଠାରେ କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ନିଉଜ-୭ର କ୍ୟାମେରାମ୍ୟାନ ସ୍ୱର୍ଗତ ସୁବୋଧ ପାଣିଗ୍ରାହୀଙ୍କ ସ୍ମୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ସଭାପତି ସୁନୀଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଫୋରମର ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଆରମ୍ଭ କରିଥିବା ବେଳେ ସଭାପତି ଶ୍ରୀ ବିଶ୍ୱାଳଙ୍କ ପରିଚାଳନାରେ ପ୍ରଥମେ ସ୍ୱର୍ଗତ ପାଣିଗ୍ରାହୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ବରିଷ୍ଠ ସାମ୍ବାଦିକ ବ୍ରଜ ବିହାରୀ ନନ୍ଦ, ପ୍ରେସ କ୍ଳବର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଚଗୁଳୁ ପାଢ଼ୀ, ପ୍ରଶାନ୍ତ ଜେନା ପ୍ରମୁଖ ତାଙ୍କର ଜୀବନ ଶୈଳୀ ଓ ତାଙ୍କର କାର୍ଯ୍ୟଦକ୍ଷତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଓ ଫୋରମର ଉପଦେଷ୍ଟା ତଥା ପ୍ରେସ କ୍ଲବର ସଭାପତି ସୁନୀଲ କୁମାର ପଟ୍ଟନାୟକ, ଫୋରମର ଉପ ସଭାପତି ଆଦିତ୍ୟ ପ୍ରାସାଦ ତ୍ରିପାଠୀ, କୋଷାଧ୍ୟକ୍ଷ ଶିବ ବିଶ୍ୱାଳ, ସଦସ୍ୟ ବାଳକୃଷ୍ଣ ଚର୍ଚ୍ଚିଙ୍କ ସମେତ ବହୁ ସଂଖ୍ୟକ ସଦସ୍ୟ ଓ  କ୍ୟାମେରାମ୍ୟାନ ମାନେ ଉପସ୍ଥିତ ଥିଲେ । ଓଡିଶା ସମାଚାର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.