Saturday , August 13 2022
Breaking News
Home / ବିଶେଷ / ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଜାତୀୟ ସଦଭାବନା ସପ୍ତାହ ପାଳିତ

ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଜାତୀୟ ସଦଭାବନା ସପ୍ତାହ ପାଳିତ

ଭୁବନ ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଜାତୀୟ ସଦଭାବନା ସପ୍ତାହ ପାଳିତ ହୋଇଯାଇଛି । ଜାତୀୟ ସଦଭାବନା ବିଷୟ ବସ୍ତୁକୁ ଆଧାର କରି ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯେଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ୱ କରିଥିଲେ । ଅଧ୍ୟାପକ ଅନୀଲ କୁମାର ଧୀର,ସୁବାସ ଚନ୍ଦ୍ର ପତି,କରୁଣାକର ରାଉଳ,ସୁକାନ୍ତ କୁମାର ସାହୁ,ହୃଦାନନ୍ଦ ବେହେରା,ବରିଷ୍ଠ କିରାଣୀ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସଦଭାବନା ବଜାୟ ରଖି ଦେଶ ମାତୃକାର ସେବା କରିବାକୁ ଆହ୍ୱାନ ଦେଇଥିଲେ । ଓଡିଆ ପ୍ରବନ୍ଧ ରେ ଯୁକ୍ତ ତିନି ପ୍ରଥମବର୍ଷ କଳାଛାତ୍ରୀ ଡୋନା ସାହୁ,ଇଂରାଜୀ ପ୍ରବନ୍ଧରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ପୁଜାରାଣୀ ପରିଡା,ଚିତ୍ରାଙ୍କନରେ ତୃତୀୟ ବର୍ଷ ବିଜ୍ଞାନ ଛାତ୍ରଲଲାଟେନ୍ଦୁ ରାଉତ ଙ୍କୁ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ପୁରସ୍କୃତ କରାଯାଇଥିଲା । ଶେଷରେ ଅଧ୍ୟାପକ ସୁବାସ ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.