Monday , December 6 2021
Breaking News
Home / ରାଜନୀତି / ପାଟକୁରା କଂଗ୍ରେସର କୃଷକ ବିଜୟ ଶୋଭାଯାତ୍ରା

ପାଟକୁରା କଂଗ୍ରେସର କୃଷକ ବିଜୟ ଶୋଭାଯାତ୍ରା

ଗରଦପୁର, ୨୫/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ କୃଷି ଆଇନ ପ୍ରତ୍ୟାହାର କରିନେବା ଦ୍ୱାରା କଂଗ୍ରେସର ବିଜୟ ସହିତ କୃଷକ ମାନଙ୍କର ବିଜୟ ହୋଇଛି । ସେଥିପାଇଁ ପାଟକୁରା କଂଗ୍ରେସ ପକ୍ଷରୁ ଆଜି ସନ୍ଧ୍ୟାରେ ପାଟକୁରା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ପାଟକୁରା କଂଗ୍ରେସ ନେତାେ ରତିକାନ୍ତ କାନୁନଗୋ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସ୍ଥାନୀୟ ଗରଦପୁର ତହସିଲ ଛକରୁ ବାହାରି ଗରଦପୁର ବ୍ଲକ୍ ଛକ ପର୍ଯ୍ୟନ୍ତ ଯାଇଥିଲେ । ଏହି ବିଜୟ ଶୋଭାଯାତ୍ରାରେ ଆତସବାଜି ଫୁଟାଇ କଂଗ୍ରେସ କର୍ମୀମାନେ ବିଜୟ ଉତ୍ସବ ମନାଇଥିଲେ । ଏଥିରେ ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ା,ନୀରଂଜନ ରାଉତ,ଦୟାନିଧିସଂଗ୍ରାମ ପୃଷ୍ଟି , କିଶାନ କଂଗ୍ରେସ ସଭାପତି ରଂଜନ ପରିଜା, ଶଙ୍କର୍ଷଣ ମଲିକ , କୁମାର ପାଣି , ଶରତ ଜେନା , ପ୍ରଦୀପ ମହାରଣା, ରମାକାନ୍ତ ସ୍ୱାଇଁ, ଶରତ ପରିଡ଼ା, ସୂଦର୍ଶନ ମାହାଳୀ, ସୁଦାମ ବାରିକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ବିବାଦରେ ପାରାଦୀପ ବିଜେପି ସଙ୍ଗଠନ- ଜିଲ୍ଲା ଉପସଭାପତିଙ୍କୁ ଆକ୍ରମଣ, ଥାନାରେ ମାମଲା

ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ …

Leave a Reply

Your email address will not be published. Required fields are marked *