Monday , December 6 2021
Breaking News
Home / ବିଶେଷ / ନାଟ୍ୟକାର ସୁରେଶ ବରାଳଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନାଟ୍ୟକାର ସୁରେଶ ବରାଳଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବନ୍ତଳା ପଂଚାୟତର କୁଷିଦା ଗ୍ରାମର ନାଟ୍ୟ ନିର୍ଦେଶକ ସ୍ୱର୍ଗତ ସୁରେଶ ବରାଳଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ମଧ୍ୟବିତ ପରିବାର ସଂଘର ଜିଲ୍ଲା ସଭାପତି ନିରଞ୍ଜନ ପରିଡା, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଂଚ ଅଶୋକ କୁମାର ଜେନା ଯୋଗଦେଇ ସ୍ୱର୍ଗତ ବରାଳଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳାକାର ଗୌରାଙ୍ଗ ମହାନ୍ତି, ପଣ୍ଡିତ ଅରୁଣ କୁମାର ନାୟକ, ସାମ୍ବାଦିକ ଅରୁଣ ମହାପାତ୍ର, ଧନେଶ୍ୱର ପଟ୍ଟନାୟକ, ସନ୍ତୋଷ ରାଉତରାୟ, ଚିତରଞ୍ଜନ ତରାଇ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବରାଳଙ୍କ ସ୍ମୃତିଚାରଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *