Saturday , August 13 2022
Breaking News
Home / ବିଶେଷ / ଟିପିସିଓଡିଏଲ କନିଷ୍ଠ ଯନ୍ତ୍ରୀଙ୍କ ୨୪ଟି ପ୍ଲାଷ୍ଟିକ ସିଲ ମିଳୁନଥିବା ଅଭିଯୋଗ

ଟିପିସିଓଡିଏଲ କନିଷ୍ଠ ଯନ୍ତ୍ରୀଙ୍କ ୨୪ଟି ପ୍ଲାଷ୍ଟିକ ସିଲ ମିଳୁନଥିବା ଅଭିଯୋଗ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)- ଟିପିସିଓଡିଏଲ ଇନ୍ଦୁପୁର ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଖରୁ ୨୪ଟି ଧଳା ପ୍ଲାଷ୍ଟିକ ସିଲ କେଉଁଠି ହଜି ଯାଇଛି । ଏସମ୍ପର୍କରେ ନିକିରାଇ ଥାନାରେ ଇନ୍ଦୁପୁର ଟିପିସିଓଡିଏଲ ସେକ୍ସନ ପକ୍ଷରୁ ସହକାରୀ ପରିଚାଳକ(ବିଦୁ୍ୟତ) ପ୍ରଶାନ୍ତ ବେହେରା ଲିଖିତ ଅଭିଯୋଗ  କରିଛନ୍ତି । ସୂଚନା ଅନୁଯାଇ ଚଳିତମାସ ୧୮ତାରିଖ ସକାଳେ ନିକିରାଇ ଗ୍ରାମରେ ଟିପିସିଓଡିଏଲର ଏକ ଏମ.ଆର.ଟି. ଯାଂଚ ସମୟରେ କର୍ମଚାରୀଙ୍କ ନିକଟରୁ ୨୪ଟି ପ୍ଲାଷ୍ଟିକ ସିଲ କେଉଁଠି ହଜିଯାଇଛି । ତେଣୁ ଏସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ସହକାରୀ ପରିଚାଳକ ଶ୍ରୀ ବେହେରା ନିକିରାଇ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.