Wednesday , October 4 2023
Breaking News
Home / ସ୍ୱାସ୍ଥ୍ୟ / ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୩୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪୭ ଜଣ ଶିଶୁ ସଂକ୍ରମିତ , ୨ ଜଣ ଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୩୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪୭ ଜଣ ଶିଶୁ ସଂକ୍ରମିତ , ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର ,୨୫/୧୧/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୩୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୩୮ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୭ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୧୩ଜଣ, ବରଗଡ଼ ଜିଲ୍ଲାରୁ ୩ଜଣ, ଭଦ୍ରକ ଜିଲ୍ଲାରୁ ୩ଜଣ, ବୌଦ୍ଧ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୨୧ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ, ଜଗତସିଂହପୁର ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୧୦ଜଣ , ଝାରସୁଗୁଡ଼ା ଜିଲ୍ଲାରୁ ୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ଜଣ, କେନ୍ଦୁଝର ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ପୁରୀ ଜିଲ୍ଲାରୁ ୬ଜଣ, ରାୟଗଡ଼ା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୫୧ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୮ଜଣ, ଷ୍ଟେଟ ପୁଲ୍ ରୁ ୩୪ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୮୦୦୯ କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲା ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକ ୨ ଜଣ ଖୋର୍ଦ୍ଧା ଜିଲ୍ଲାର । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୮୦୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୩୭୧୫୨ ଜଣ ସୁସ୍ଥ ହୋଇଛନ୍ତି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୧ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୨୪୦୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଗତକାଲି ସୁଦ୍ଧା ରାଜ୍ୟରେ ୨୩୪୫୪୫୯୮ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *