ମାହାଙ୍ଗା, ୨୫/୧୧/୨୦୨୧(ଓଡିଶାସମାଚାର /ଅଭୟ ଜେନା )- ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟୀ ଦୁଆବ ଅଂଚଳର କୋଠପଦା ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ମଠର ଅଷ୍ଟମ ମହନ୍ତ ସ୍ବର୍ଗତ ଜଗନ୍ନାଥପୁରୀଙ୍କ ଏକୋଇଶି ଦିନାଙ୍କ ତିଥିରେ ସନ୍ଥ ପରମ୍ପରା ଅନୁଯାୟୀ ମହନ୍ତ ମହାରାଜଙ୍କ ସମାଧି ପ୍ରତିଷ୍ଠା ଉତ୍ସବରେ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସନ୍ଥ ପରମ୍ପରାକୁ ମହନ୍ତ ଜଗନ୍ନାଥ ପୁରୀ ରୁଦ୍ଧିମନ୍ତ କରିଥିଲେ ବୋଲି କହିଥିଲେ । ମନ୍ତ୍ରୀ ଶ୍ରୀ ଜେନା କଳା- ସାହିତ୍ୟ-ସଂସ୍କୃତି ଏବଂ ଐତିହର ଭୂମି ମାହାଙ୍ଗାର ଅନ୍ୟତମ ଯଶସ୍ବୀ ସନ୍ଥ ତପୋନିଧି ଜଗନ୍ନାଥପୁରୀ ଗୋସ୍ୱାମୀଙ୍କ ସ୍ମୁତିରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ, ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ପ୍ରଚାର କ୍ଷେତ୍ରରେ ଏହି କୋଠପଦା ମଠର ମହନ୍ତ ମାନଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ସାଧୁ, ସନ୍ଥ ଏବଂ ପଣ୍ଡିତ ମଣ୍ଡଳୀ ସନାତନ ଧର୍ମ ଉପରେ ଚର୍ଚ୍ଚା କରିବା ଦେଖିବାକୁ ମିଳିଥିଲା । ବ୍ରାହ୍ମଣ ଓ ପୁରୋହିତ ମାନଙ୍କ ଦ୍ୱାରା ଯଜ୍ଞର ଆୟୋଜନ କରାଯାଇଥିଲା । ଗୀତା, ଭାଗବତ ଓ ପୁରାଣ ଉପରେ ଆଲୋଚନା ହୋଇଥିଲା ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଚେୟାରମ୍ୟାନ ଶରତ ନାୟକ,ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ପଞ୍ଚାୟତ ବିଜେଡି ସଭାପତି ରାଧାନାଥ ରାଉତ, ଶିକ୍ଷାବିତ ବଟ କିଶୋର ପଣ୍ଡା,ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ଶିକ୍ଷାବିତ ସତ୍ୟ ନାରାୟଣ ମହାନ୍ତି,ସାମାଜିକ କର୍ମୀ ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ସମିତିସଭ୍ୟ ସତ୍ୟଜିତ ଦାସ, ଦୀନବନ୍ଧୁ ସାହୁ,ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ସାମାଜିକକର୍ମୀ ଅଖିଳେଶ ମହାନ୍ତି, ପୂର୍ବତନ ସରପଞ୍ଚ ସୁବାଷ ବେହେରା,ସାଂସ୍କୃତିକ ସଂଗଠକ ପନଂଗ ଭୂଷଣ ଦାସ,ବ୍ଲକ ମାଇନର କମ୍ୟୁନିଟି ସଭାପତି ରିଆଜୁଲ ହୋଦା,ସାହିତ୍ୟ ସଂଗଠକ ଚନ୍ଦ୍ରଭାନୁ ଆଚାର୍ୟ୍ୟ, ପୂର୍ବତନ ସମିତି ସଭ୍ୟ କାହ୍ନୁ ଚରଣ ସାହୁ,ସାମାଜିକ କର୍ମୀ ଅମୀୟ ନାୟକ ପ୍ରମୁଖ ଯୋଗଦେଇଥିଲେ । ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି ଭବ୍ୟ ଉତ୍ସବରେ ଶତାଧିକ ଜନସାଧାରଣ ସାମିଲ ହୋଇ ଦିବଂଗତ ମହନ୍ତ ଜଗନ୍ନାଥପୁରୀ ଗୋସ୍ଵାମୀଙ୍କ ସମାଧି ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅନନ୍ତ ସାହୁ, ହେମନ୍ତ ପ୍ରଧାନ,ଗଣେଶ ବିହାରୀ, ବାସୁଦେବ ପୃଷ୍ଟି, ରଘୁନାଥ ଯେନା, ଜଗନ୍ନାଥ ନାୟକ,ଦୀପକ ଦାସ,ସୌମ୍ୟ ରଞ୍ଜନ ଓଝା,ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର