Monday , November 29 2021
Breaking News
Home / ଶିକ୍ଷା / କେନ୍ଦ୍ରାପଡା ସାନ୍ଧ୍ୟ ଡିଗ୍ରୀ କଲେଜରେ ମତଦାତା ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା ସାନ୍ଧ୍ୟ ଡିଗ୍ରୀ କଲେଜରେ ମତଦାତା ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍.ଏସ୍.ଏସ୍.) ଆନୁକୂଲ୍ୟରେ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମଧୁସୂଦନ କାମିଳା ସଭାପତିତ୍ୱ ପଦରେ ଅଳଙ୍କୁତ କରିବା ସେଙ୍ଗ ଭୋଟ ଦେବାର ଉଦ୍ଧେଶ୍ୟ ଆଭିମୁଖ୍ୟ ଏବଂ ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ବାଳିକା ବିଭାଗ କାର୍ଯ୍ୟକାରୀ ଅଧିକାରୀ ଗିରିଜାକାନ୍ତ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ସମାଜଶାସ୍ତ୍ର ବିଭାଗର ବରିଷ୍ଠ ଅଧ୍ୟାପିକା ଆଦ୍ୟରଶ୍ମି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତି କରଣ ଓ ନିରକ୍ଷରତା ସମ୍ପର୍କରେ ଆଲୋକପାତ କରିଥିଲେ । କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା ଯୁବ ରେଡକ୍ରସର ଯୋଜନା ଅଧିକାରୀ ମନୋଜ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭୋଟ ଦେବାର ଅଧିକାର ସମ୍ପର୍କରେ ବହୁମୂଲ୍ୟ ମତ ରଖିଥିଲେ । ଏନ୍.ଏସ୍.ଏସ୍. ର ପୂର୍ବତନ ଜିଲ୍ଲା ଅଧିକାରୀ ତଥା ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର ଯୋଗଦେଇ ଭୋଟଦାନ ବୈଦୁ୍ୟତିକ ପଦ୍ଧତିରେ ଭୋଟ ଦେବାର କୈାଶଳ ତଥା ବିଭିନ୍ନ ସଚେତନ ମୂଳକ ବାର୍ତା ପ୍ରଦାନ କରିଥିଲେ । ପରିଶେଷରେ ଜାତୀୟ ସେବା ଯୋଜନା ବାଳକ ବିଭାଗ ଅଧିକାରୀ ମୃତୁ୍ୟଞ୍ଜୟ ମହାନ୍ତି ମତଦାନ ଦିବସ ତଥା ସଠିକ ମତଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍.ଏସ୍.ଏସ୍.ର ଛାତ୍ରଛାତ୍ରୀମାନେ ଯୋଗଦେଇ ଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀର ୭୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ …

Leave a Reply

Your email address will not be published. Required fields are marked *