କଟକ ସଦର, ୨୫/୧୧/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କନ୍ଦରପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଅଭିନେତା ଅଭୟ ମହାନ୍ତି ଜାଲ ରିଫ୍ରେସର ପ୍ରମାଣ ପତ୍ର ଦେଇ ପଦୋନ୍ନତି ନେଇଥିବା ସଂପର୍କରେ ପୂର୍ବରୁ ଉଚ୍ଚ ଶିକ୍ଷା ଵିଭାଗ ଚିଠି ମାଧ୍ୟମରେ ଜଣାଇ ସାରିଥିବା ବେଳେ ଏଵେ ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ପର୍ଦ୍ଧାଫାଶ କୁ ନେଇ ସାରା ଶିକ୍ଷକ ସମାଜ ମଧ୍ୟରେ ଆଲୋଚ୍ୟ ଵିଷୟ ହୋଇଛି।ପ୍ରକାଶ ଯେ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ମହାନ୍ତି (ଇଂରାଜୀ ବିଭାଗ) ୧୦୯୭ ମସିହାରେ ଜାଲ ସାର୍ଟିଫିକେଟ ଦେଇ ପଦୋନ୍ନତି ନେଇ ଅଵସର ପରେ ୟୁଜିସି ହାରରେ ପେନସନ ନେଵାକୁ ହକଦାର ଵୋଲି ଦାଵି କରି ଆସୁଥିଲେ। ଏହାର ତଦନ୍ତ କରି ଉଚ୍ଚ ଶିକ୍ଷା ବିଭାଗ ଏହା ଜାଲ ଵୋଲି ଦର୍ଶାଇ ତାଙ୍କର ୟୁଜିସି ପେନସନ କୁ ଵାତିଲ କରିଥିଲେ।ଏହାକୁ ଚ୍ୟାଲେଞ୍ଜ କରି ଶ୍ରୀ ମହାନ୍ତି ୟୁଜିସି ହାରରେ ପେନସନ ପାଇଵାକୁ ହକଦାର ଵୋଲି ଦାଵି କରିଥିବା ପରିପ୍ରେକ୍ଷୀରେ ରାଜ୍ୟସରକାର ଙ୍କ ପକ୍ଷରୁ ମଧ୍ୟ ଜାଲିଆତି ର ପର୍ଦ୍ଧାଫାଶ କରାଯାଇ ଦାଵି କରିଥିବା ପେନସନକୁ ଵାତିଲ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେଥିରେ କନ୍ଦରପୁର କଲେଜର ପ୍ରାକ୍ତନ ଯୁକ୍ତ ଦୁଇ ଛାତ୍ର ସାଂସଦ ଅନୁଭଵ ମହାନ୍ତି +୨ ପାସ୍ କରିନଥିବା ଅଭିଯୋଗ ଉପରୁ ଏପର୍ୟ୍ୟନ୍ତ ପରଦା ଉଠି ପାରିନାହିଁ।
ସୂଚନାଯୋଗ୍ୟ କନ୍ଦରପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଅଭିନେତା ଅଭୟ ମହାନ୍ତି ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଶିଷ୍ଟ ସିନେ ଷ୍ଟାର ଅନୁଭବ ମହାନ୍ତିଙ୍କ ପିତା । ଓଡ଼ିଶା ସମାଚାର