Monday , November 29 2021
Breaking News
Home / ବିଶେଷ / ଆଦର୍ଶ ଶିକ୍ଷକ ଦୁର୍ଯେ୍ୟାଧନ ଦାସଙ୍କ ବିୟୋଗରେ ଶୋକ

ଆଦର୍ଶ ଶିକ୍ଷକ ଦୁର୍ଯେ୍ୟାଧନ ଦାସଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ କିଆରବାଙ୍କ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯେ୍ୟାଧନ ଦାସଙ୍କର ୭୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ଖବର ପାଇ ମହାକାଳପଡା ବିକାଶ ମଂଚର ସଭାପତି ତଥା ପରିବେଶବୀତ କାଶୀନାଥ ରାଉତରାୟ, ଧନେଶ୍ୱର ସେଠୀ, ବିଚିତ୍ର କୁମାର ବାରିକ, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା ପ୍ରମୁଖ ସ୍ୱର୍ଗତ ଦାସଙ୍କ କିଆରବାଙ୍କସ୍ଥିତ ବାସଭବନରେ ପହଂଚି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶିକ୍ଷକ ସ୍ୱର୍ଗତ ଦାସଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା ଓଷ୍ଟା ସମ୍ପାଦକ ନିର୍ମଳ କୁମାର ନାୟକ, ଉପଦେଷ୍ଟା ତ୍ରୈଲୋକ୍ୟ ସ୍ୱାଇଁ, ତପନ କୁମାର ସିଂ, ସଭାପତି ପ୍ରମୋଦ କୁମାର ବେହେରା, ଉପସଭାପତି ଅଶୋକ କୁମାର ପରିଡା, ମହାକାଳପଡା ବ୍ଲକ ଓଷ୍ଟା ସଭାପତି ବୃନ୍ଦାବନ ସ୍ୱାଇଁ, ସମ୍ପାଦକ ଅଶୋକ ମହାପାତ୍ର, କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ଇଂ ସୌମ୍ୟରଞ୍ଜନ ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ୟୁନିୟନ କ୍ଲବ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ୟୁନିୟନ କ୍ଲବର ସଭାପତି ଆଇନଜୀବୀ ସ୍ୱର୍ଗତ ସଚ୍ଚିଦାନନ୍ଦ …

Leave a Reply

Your email address will not be published. Required fields are marked *