କଟକ ସଦର, ୨୪/୧୧/୨୧ (ଓଡିଶା ସମାଚର /ଵିଷ୍ଣୁ ବେହେରା): ସଫଳତାର ସହ ଫୁସଫୁସ ପ୍ରତିରୋପଣ ପରେ ଵି ୬ ମାସର ସଂଗ୍ରାମ ପରେ ଶେଷରେ ଜୀଵନ ଯୁଦ୍ଧରେ ଚେନ୍ନାଇରେ ହାରିଗଲେ କରୋନା ଆକ୍ରାନ୍ତ ଓଡିଆ ଯୁଵକ ଅମ୍ରିତ ପ୍ରଧାନ।ପ୍ରକାଶ ଯେ କରୋନାରେ ଫୁସଫୁସ ଗୁରୁତର ଆକ୍ରାନ୍ତ ଅମ୍ରିତ ପ୍ରଧାନଙ୍କର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟ ଜରିଆରେ ଭୂଵନେଶ୍ୱର ଏମ୍ସ ରୁ ଗତ ଜୁନ ମାସରେ ଏୟାରଲିଫ୍ଟ ଜରିଆରେ ଚେନ୍ନାଇ ନିଆ ଯାଇଥିବା ସେତେବେଳେ ଚର୍ଚ୍ଚା ର ଵିଷୟ ହୋଇଥିଲା। ଉନ୍ନତ ଚିକିତ୍ସା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ଥିଵାରୁ ସିଲାପ ଫଣ୍ଡ ରେଜର ଜରିଆରେ ଅର୍ଥ ସଂଗ୍ରହ କରାଯାଇ ଚେନ୍ନାଇ ରେ ଏକମୋ ଚିକିତ୍ସା ସହ ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇ ଫୁସଫୁସ ପ୍ରତିରୋପଣ କରାଯାଇଥିଲା।ସଵୁ ଚେଷ୍ଟା ସତ୍ତ୍ବେ ଅମ୍ରିତ ପ୍ରଧାନ ଦୁନିଆ ଛାଡ଼ି ଚାଲିଯିବା ସମସ୍ତ ଙ୍କ ମନରେ ଦାରୁଣ ଆଘାତ ଦେଇଛି। ଓଡିଶା ସମାଚର