ଭୁବନ, ୨୪/୧୧/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ସାଂସଦ ମହେଶ ସାହୁ ଦିନିକିଆ ଗସ୍ତରେ ଭୁବନ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭୁବନ ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ ଅରାସାହି ଲକ୍ଷ୍ମୀ ମଣ୍ଡପ ଠାରେୱାର୍ଡ ନଂ୧,୫,୬,୭ ଓ ୮ ନମ୍ବର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟକ ଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ । ଏଥିରେ ଏନଏସି ନିର୍ବାହୀ ଅଧିକାରୀ ଦୁଯୋ୍ର୍ୟାଧନ ସାହୁ, କନିଷ୍ଠଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ, ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ,ଅରାସାହି ସଭାପତି ହୃଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରେ ଭୁବନ ବ୍ଲକରକୁନିନ୍ଦା,ଧଳପଡା,ଓଡିଶ,ବାରୁଆଁ,ଦୟଣାବିଲି,ସୁରପ୍ରତାପପୁର ପ୍ରଭୃତି ପଂଚାୟତରେ ସାଂସଦ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନକରି ଏହି କାର୍ଡର ଉପାଦେୟତା ଓ ବ୍ୟବହାର ସଂପର୍କରେ ଲୋକଙ୍କୁ ବୁଝାଇଥିଲେ । ଉପରୋକ୍ତ ପଂଚାୟତରେ ବିଡିଓ ଆଶୀର୍ବାଦ ପରିଡା,ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ସ୍ଥାନୀୟ ଲୋକ ପ୍ରତିନିଧି ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର