Tuesday , May 30 2023
Breaking News
Home / ବିଶେଷ / ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ଗରଦପୁର,୨୪/୧୧/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ହରିହର କ୍ଷେତ୍ର ମାହାଳସ୍ଥିତ ଜଗନ୍ନାଥ ମନ୍ଦିରରେ ଗୃହଲକ୍ଷ୍ମୀ ଙ୍କ ମନ୍ଦିର ନିର୍ମାଣ କରାଯିବ । ସେଥିପାଇଁ ଆଜି ଭୂମି ପୁଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାବୁଦା ବାରୁଣୀସ୍ଥିତ ପବିତ୍ର ଚିତ୍ରୋତ୍ପଳା ନଦୀରୁ ପାଣି ଉଠାଇ ମହିଳାମାନେ ହଜାରେ କଳସ ଧରି ଏକ ଶୋଭାଯାତ୍ରା କରିଥିଲେ । ମୁଖ୍ୟ ଘଟକୁ ପାଲିଙ୍କି ରେ ଅଣାଯାଇଥିବାବେଳେ ଏହି କଳସୀ ଶୋଭାଯାତ୍ରା ସମ୍ମୁଖରେ ହଜାର ହଜାର ସଂଖ୍ୟାରେ କୀର୍ତନିଆ ସମବେତ ହୋଇ ନାମ ସଂକୀର୍ତନର ତାଳେ ତାଳେ କଳସୀକୁ ପାଛୋଟି ନେଇଥିଲେ । ଘଂଟୁଆଙ୍କ ଘଂଟ ନାଦ ସହିତ ଶଂଖ ଓ ତୁରୀ ଭେରୀ ରେ ଅଂଚଳ ପ୍ରକମ୍ପିତ ହୋଇଥିଲା । ହୁଳହୁଳି ହରିବୋଲ ସହିତ ରାସ୍ତା ରେ ଝୋଟି ପକାଇ ମହିଳାମାନେ ଶୋଭାଯାତ୍ରାକୁ ବନ୍ଦାପନା କରିଥିଲେ । ୭ କିମି ବ୍ୟାପୀ ଏହି ଆଧ୍ୟାତ୍ମିକ ଶୋଭାଯାତ୍ରାରେ ସମସ୍ତେ ଚାଲି ଚାଲି ସାମିଲ ହୋଇଥିଲେ । ଶୋଭାଯାତ୍ରା ମନ୍ଦିର ପରିକ୍ରମା କରିବା ପରେ ଲକ୍ଷ୍ମୀ ମନ୍ଦିର ଭୂମି ପୂଜନ ସ୍ଥଳରେ କଳସୀ ସବୁ ସ୍ଥାପନ କରାଯାଇଥିଲା । ବ୍ରାହ୍ମଣ ପଣ୍ଡିତମାନେ ହୋମ, ଯଜ୍ଞ କରି ଭୂମୀ ପୂଜନ କରିଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସଙ୍କୀର୍ତନ ମହାସଂଘ ମାହାଳ ମନ୍ଦିରର ଚେତନା ସଂଘ, ମନ୍ଦିର ସେବାୟତ ପରିଷଦ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ଭୂମିକା ନିର୍ବାହ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.