Sunday , November 28 2021
Home / ବିଶେଷ / ରାଜ୍ୟପାଳଙ୍କ କେନ୍ଦ୍ରାପଡା ଗସ୍ତ 

ରାଜ୍ୟପାଳଙ୍କ କେନ୍ଦ୍ରାପଡା ଗସ୍ତ 

କେନ୍ଦ୍ରାପଡ଼ା,୨୪/୧୧/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏକ ଦିନିକିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ମଙ୍ଗଳବାର ପୂର୍ବାହ୍ନରେ ସର୍କିଟ ହାଉସରେ ପହଂଚିଥିଲେ । ଏହାପରେ ସେଠାରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ, ଆଗାମୀ ପିଢି ନିମନ୍ତେ ଜଳ ସଂରକ୍ଷଣ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଶୌଚାଳୟର ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପୂର୍ବାହ୍ନ ୧୧ ଟାରେ ରାଜ୍ୟପାଳ ସର୍କିଟ ହାଉସରେ ପହଂଚିବା ପରେ ଜିଲ୍ଲା ଆରକ୍ଷୀ ବାହିନୀ ପକ୍ଷରୁ ତାଙ୍କୁ ସାମରିକ ଅଭିବାଦନ(ଗାର୍ଡ ଅଫ ଅନର) ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଅମ୍ରିତ ଋତୁରାଜ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏକ ଅନୌପଚାରିକ ଆଲୋଚନାରେ ରାଜ୍ୟପାଳ ଗଣେଶୀଲାଲ ଜିଲ୍ଲାର ପାଣି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ସାମିଲ କରାଯିବାକୁ ସେ ପରାମର୍ଶ ଦେଇଥିଲେ । ଆଗାମି ପିଢୀପାଇଁ ଜଳ ସଂରକ୍ଷଣ ନିମନ୍ତେ ଚିନ୍ତା କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଆଜିର ଛାତ୍ରଛାତ୍ରୀ କାଲିର ଭବିଷ୍ୟତ । ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ “ଆଜିର ଆମ ରାଜ୍ୟ ଓଡିଶା”, “ଆମ ଜିଲ୍ଲା କେନ୍ଦ୍ରାପଡା” ୨୦୨୨ ଓ ୨୦୨୩ରେ ଆମ ରାଜ୍ୟର ସ୍ଥିତି କେମିତି ରହିବ ଆମରାଜ୍ୟ ଓ ଆମ ଜିଲ୍ଲା ସମ୍ପକୀୟ ରଚନା ଲେଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହୀତ କରିବାକୁ ରାଜ୍ୟପାଳ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଜିର ପିଲାମାନଙ୍କୁ ଆମଦେଶ ଭାରତବର୍ଷ କେମିତି ଓ ବର୍ତମାନର ସ୍ଥିତି କେମିତି ବୁଝାଇବାକୁ ରାଜ୍ୟପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ବସନ୍ତ ନାୟକ ଜିଲ୍ଲାର ଜଳ ଯୋଗାଣ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ । ଶେଷରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀଙ୍କ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ପଥରକଣୀ ମନ୍ଦିର ପରିସରରେ ଶନିବାର କେନ୍ଦ୍ରାପଡାର ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀମାନଙ୍କର …

Leave a Reply

Your email address will not be published. Required fields are marked *