ଅଗ୍ଲେ ବାର ବଦଲ ଦୋ ସରକାର : ମହେଶସାହୁ
ଭୁବନ,୨୪/୧୧/୨୦୨୧(ଓଡ଼ିଶା ସମାଚାର)- ରନ୍ଧନ ଗ୍ୟାସ ର ଦର ବୃଦ୍ଧିକୁନେଇ ଭୁବନ ବ୍ଲକ ଓ ଏନଏସି ବିଜେଡି ତରଫରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଳୀବଜାର ଠାରେ ଏନଏସି ବିଜେଡି ସଭାପତି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରସରକାରଙ୍କୁ ତୀବ୍ର ଭର୍ସନା କରିଥିଲେ । ଦରଦାମ ବୃଦ୍ଧିର ଆଳ ଦେଖାଇ ବହୁତ ହୁଆ ମହଙ୍ଗାଇ କାମାର ,ଅଗଲେ ବାର ମୋଦି ସରକାର ନାରାଦେଇ ଭାରତବାସୀଙ୍କୁ ଅଚ୍ଛେଦିନର ସ୍ୱପ୍ନ ଦେଖାଇ କ୍ଷମତାସୀନ ହେବା ପରେ କେନ୍ଦ୍ରସରକାର ଏବେ ଏକଛତ୍ରବାଦୀ ହୋଇଯାଇଛନ୍ତି । ପ୍ରଧାନମନ୍ତ୍ରୀ କେବଳ ଆତ୍ମ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି । ଏଥିପାଇଁ ‘ଅଗଲେବାର ବଦଲ ଦୋ ସରକାର’ କେନ୍ଦ୍ରସରକାର ବଦଳିବା ଦରକାର ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ବ୍ଲକ ବିଜେଡି ସଭାପତି ରମେଶଚନ୍ଦ୍ର ସାହୁ,ଜିଲ୍ଲା ପରିଷଦ ସଭ୍ୟ ପ୍ରବୋଧ ଦାଶ,ସନ୍ତୋଷ ଖୁଣି୍ଟଆ,ଅମୂଲ୍ୟ ଦ୍ୱିବେଦୀ,ରାକେଶ ଆଏଚ,ସଂଜୀବ କୁମାର ପୃଷ୍ଟି,ସୁଧାକର ସାହୁ ,ବିପିନ ବିହାରୀ ଦାସ,ସୁଶାନ୍ତ କୁମାର ପୃଷ୍ଟି,ଅଜୟ କୁମାରସେଠୀ, ନାରୀନେତ୍ରୀ ଚାରୁଲତା ମହାନ୍ତି ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିଲେ । ଓଡ଼ିଶା ସମାଚାର