କଳାହାଣ୍ଡି ୨୪/୧୧/୨୧ (ଓଡିଶା ସମାଚର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବାଲାଜୀବିହାର ଠାରେ ମାଟିଲଗ୍ନା ସାହିତ୍ୟ ସଂସଦର ମେଧା ସମ୍ମାନ ଅନୁଷ୍ଠିତ ହୋଇଥିଲା ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରିବା ସହିତ ପୁରସ୍କୃତ ମଧ୍ୟ କରାଯାଇଥିଲା ।ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଶ୍ରୀ ସମୀର କୁମାର ମହାପାତ୍ର,ମୁଖ୍ୟବକ୍ତା ଭାବେ ଶ୍ରୀ ଶୁଭ୍ରାଂଶୁ ଶେଖର ପାଢୀ ମାର୍ଗ ଦର୍ଶନ କରିଥିଲେ ।କାର୍ୟ୍ୟକ୍ରମରେ ଶ୍ରୀ କିଶୋର ଚନ୍ଦ୍ର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମା ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।ଓଡିଶା ସମାଚର
