Monday , November 29 2021
Breaking News
Home / ବିଶେଷ / ପ୍ରସିଦ୍ଧ କନ୍ତିଆ ମଠରେ ରାହାସ ପୂର୍ଣ୍ଣିମାରେ ଭଜନ ସନ୍ଧ୍ୟା

ପ୍ରସିଦ୍ଧ କନ୍ତିଆ ମଠରେ ରାହାସ ପୂର୍ଣ୍ଣିମାରେ ଭଜନ ସନ୍ଧ୍ୟା

କେନ୍ଦ୍ରାପଡ଼ା, ୨୪/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହର ଉପକଣ୍ଠ ପ୍ରସିଦ୍ଧ କନ୍ତିଆ ମଠରେ ପାରମ୍ପରିକ ରୀତି ନୀତିରେ ରାହାସ ପୂର୍ଣ୍ଣିମା ପାଳନ ଉପଲକ୍ଷେ ଏକ ମନୋଜ୍ଞ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ‘ବାଗଦେବୀ କଳା ମନ୍ଦିର’ ଆନୁକୂଲ୍ୟରେ ଅନୁଷ୍ଠିତ ଭଜନ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଅଂଶଗ୍ରହଣ କରି ଭଜନ ପରିବେଷଣ କରିଥିଲେ । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସ ଏବଂ ମଠର ମଠାଧିଶ ସିଦ୍ଧାର୍ଥ ଶଙ୍କର ଦାସଙ୍କ ପରିଚାଳନାରେ ରଞ୍ଜନ ବେହୁରା, ବିନାୟକ ସୁତାର, ପ୍ରଦୀପ ବେହୁରା, ଅଲିଭା ପ୍ରିୟଦର୍ଶିନୀ, ପ୍ରଭାତୀ ମହାନ୍ତି ପ୍ରମୁଖ କଣ୍ଠଶିଳ୍ପୀମାନେ ମଧୁ ଦାସ ଓ ଅରକ୍ଷିତ ଦାସଙ୍କ ସ୍ୱରଚିତ ଭଜନ ଗୁଡିକ ପରିବେଷଣ କରିଥିଲେ । ନିତ୍ୟ ରାହାସ ଉପରେ ଆଧାରିତ ‘ଦିନେ ଯୁଗଳ ଲୀଳା ଲାଗିବ ଲୋ ମିତଣୀ’ ପାରମ୍ପରିକ ଗୀତଟି ସତ୍ୟପ୍ରିୟ ଦାସଙ୍କ ଦ୍ୱାରା ପରିବେଷିତ ହୋଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । କୋଭିଡ ନିୟମ ଅନୁଯାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଧାକୃଷ୍ଣଙ୍କ ରାହାସ ଦୋଳିଟି ବିଭିନ୍ନ ସୁଗନ୍ଧ ପୁଷ୍ପ ଓ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀର ୭୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ …

Leave a Reply

Your email address will not be published. Required fields are marked *