କଳାହାଣ୍ଡି, ୨୪/୧୧/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୧୪୩୯୩ ତା,୩୦/୯/୨୦୨୧ ରିଖ ମୁଖ୍ୟ କାର୍ୟ୍ୟ ନିର୍ବାହୀ ନିଯୁକ୍ତି ପ୍ରସ୍ତାବ ରଦ କରିବା, ଓଡ଼ିଶାର ୨୭୦୮ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପର କାର୍ୟ୍ୟରତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା,୭ମ ବେତନ କମିଶନ ସୁପାରିଶ ଅନୁସାରେ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ, ସମିତି ଓ ଲ୍ୟାମ୍ପର ପ୍ରଶାସନିକ ପାଣ୍ଠି କାର୍ୟ୍ୟକାରୀ କରାଯିବା, କରୋନା ସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ କ୍ଷତି ପୂରଣ ଦେବା ଆଦି ଦାବିରେ କଳାହାଣ୍ଡି ଓ ନୂଆପଡାର ପେକ୍ସ ଓ ଲେମ୍ପ କର୍ମଚାରୀ ମାନେ କଳାହାଣ୍ଡି ଡ଼ିଆରସିଏସ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଉପରୋକ୍ତ ଦାବି ପୂରଣ କରିବା ପାଇଁ ବିଗତ ଦିନରେ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ପକ୍ଷରୁ ମାନ୍ୟବର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ,ସମବାୟ ସମିତି ନିବନ୍ଧକ ଙ୍କୁ ଅବଗତ କରାଯାଇଛି।ଅଦ୍ୟାବଧି ଦାବି ଗୁଡିକ ପୂରଣ ହେଉନଥିବାରୁ ସମବାୟ ସମିତି ଓ ଲେମ୍ପ କର୍ମଚାରୀ ମାନେ ଧାରଣା ଦେବା ସହ କଳାବ୍ୟାଚ ପରିଧାନ କରିଥିଲେ।ଦାବି ଗୁଡିକ ଯଥାଶୀଘ୍ର ପୂରଣ ନ ହେଲେ କାର୍ୟ୍ୟ ବନ୍ଦ ଆନ୍ଦୋଳନ