Saturday , August 20 2022
Breaking News
Home / କୃଷି / ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା,୨୪/୧୧/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ୨୦୨୧-୨୨ ଖରିଫ ଋତୁପାଇଁ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସ୍ୱାଗତ ଅଭିଭାଷଣ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କୃଷି ପ୍ରଧାନ କେନ୍ଦ୍ରାପଡା ଜିଲ୍ଲାର ମୁଖ୍ୟ ଫସଲ ହେଉଛି ଧାନ । ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକମାନେ ଚାଷୀଙ୍କଠାରୁ ଧାନକ୍ରୟ ନିମନ୍ତେ ସୁବ୍ୟବସ୍ଥା କରିବା ସହ ତାହାକୁ ଗଚ୍ଛିତ ରଖିବା ସମୟରେ ଯନôଶୀଳ ହେବା ପାଇଁ ମତପ୍ରକାଶ ପାଇଥିଲା । ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ଏକ  ସ୍କ୍ୱାର୍ଡ କମିଟି ଗଠନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଧାନକ୍ରୟ କମିଟିର ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଥିବା ବେଳେ ଉପଜିଲାପାଳଙ୍କ ନେତୃତ୍ୱରେ ଗଠିତ ନିରୀକ୍ଷଣ କମିଟି ଧାନକ୍ରୟ ବ୍ୟବସ୍ଥାକୁ ନିରନ୍ତ୍ରଣ ନିରୀକ୍ଷଣ କରିବେ ।  ଗତ କେ.ଏମ.ଏସ. ୨୦୨୧-୨୨ ବର୍ଷରେ ୧୧୮ଟି ପ୍ୟାକ୍ସ ଜରିଆରେ ୨୪ହଜାର ୬୩୫ଜଣ ଚାଷୀଙ୍କଠାରୁ ୯ଲକ୍ଷ ୯୫ହଜାର ୫୮୮. ୨୪ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ଖରିଫ ଋତୁ ୨୦୨୧-୨୨  ବର୍ଷରେ  ୮୦ଲକ୍ଷ ମେଟ୍ରିକ ଟନ୍ ଧାନ ଚାଷୀଙ୍କଠାରୁ କ୍ରୟ ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ କରାଯାଇଛି । ଅନ୍ ଲାଇନ ଦରଖାସ୍ତ ପଞ୍ଜିକୃତ କରିଥିବା ୪୦ହଜାର ୫୯୭ଜଣ ଚାଷୀଙ୍କ ମଧ୍ୟରୁ ବୈଧ ୪୦ହଜାର ୨୬୨ଜଣ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଡିସେମ୍ବର ୨୪ତାରିଖ ଠାରୁ ରାଜନଗର, ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକରୁ ଧାନକ୍ରୟ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଡିସେମ୍ବର ୨୯ତାରିଖ ଠାରୁ ଅନ୍ୟ ବ୍ଲକ ଗୁଡିରେ ମଣ୍ଡି ଖୋଲି ଏବର୍ଷ ପ୍ରତ୍ୟେକ ରବିବାର ମଣ୍ଡି ଖୋଲା ରହିବ ।  ଚାଷୀମାନେ ଯେତେବେଳେ ଚାହିଁବେ ସେହି ସବୁ ମଣ୍ଡିରେ ଧାନ ଦେଇପାରିବେ । ସାଧାରଣ ଏଫ୍.ଏ.କୁ୍ୟ. ଧାନ କୁଇଂଟାଲ ପ୍ରତି ୧୯୪୦ ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ୍-ଏ ଧାନ କୁଇଂଟାଲ ପ୍ରତି ୧୯୬୦ଟଙ୍କା ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି । କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି ଚାଷୀମାନଙ୍କ ସଚେତନତା ପାଇଁ ମୁଦ୍ରିତ ଗଣମାଧ୍ୟମ, ଓଡିଆ ବ୍ୟାନର ଓ ପ୍ରଚାର ରଥ ପରିକ୍ରମା ମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର କରିବେ ।  ଧାନସଂଗ୍ରହ ବେଳେ କୋଭିଡ କଟକଣା ଅନୁପାଳନ କରଯିବ । ସମିତି ସ୍ତରୀୟ ଧାନସଂଗ୍ରହ କମିଟିରେ ଆର୍.ଆଇ., ଭି.ଏ.ଡବ୍ଲୁ୍ୟ, ଇ.ଓ. ଓ ୩ଜଣ ଚାଷୀ ସଭ୍ୟ ରହିବେ । ସେଂଟ୍ରାଲ ସର୍ଭର ମାଧ୍ୟମରେ ଆଡଭାନ୍ସ ଟୋକନ ଜେନେରେଟ ହେବାର ୩୦ଦିନ ମଧ୍ୟରେ ଚାଷୀ ଧାନ ବିକ୍ରୟ କରିବେ । ଜଣେ ପଞ୍ଜିକୃତ ଚାଷୀ ୧୯୬୭କୁ ଡାୟଲ କଲେ ଟୋକନ ଷ୍ଟାଟସ, ଜମି ପରିମାଣ ଓ ପେମେଂଟ ଷ୍ଟାଟସ ଜାଣିପାରିବେ । ୪୮ଘଂଟା ମଧ୍ୟରେ ପଞ୍ଜିକୃତ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ପେମେଂଟ ଦିଆଯିବ । ଏହି ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୃବ ଚରଣ ସାହୁ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲା, ମହାକାଳପଡା ବିଧାୟକଙ୍କ ପ୍ରତିନିଧ,ô ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ଅତିରିକ୍ତ ଜିଲାପାଳ ଦୁର୍ଗାପ୍ରସାଦ ମହାରଣା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ଏ.ଆର.ସି.ଏସ., ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ସମେତ ମିଲର ପ୍ରତିନିଧି ଏବଂ ବିଭିନ୍ନ ସମିତିର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.