କେନ୍ଦ୍ରାପଡ଼ା, ୨୪/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ଗିରିମଠ ସନ୍ନିକଟ ଦଳିତ ସାହିରେ ଜନଶକ୍ତି ପାର୍ଟି ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଦଳିତ ସାହିର ଶିଶୁମାନଙ୍କୁ ପାର୍ଟିର ରାଜ୍ୟ ସଭାପତି ଆଇନଜୀବୀ ପ୍ରଦିପ କୁମାର ଦାଶ ମିଷ୍ଟାନ୍ନ ବଂଟନ କରିବା ସହିତ ସ୍ୱର୍ଗତ ଚୌଧୁରୀଙ୍କ ମଦ ବିରୋଧୀ ଆଇନ, ସାଧୁତା, ସଚୋଟତା, ଦୁର୍ନିତୀ ମୁକ୍ତ ଚିନ୍ତାଧାରା, ସମାଜସେବା ସମ୍ପର୍କରେ ଆଲୋକପାତ କରିବା ସହ ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ଚୌଧୁରୀଙ୍କ ଆଦର୍ଶରେ ଆଜିର ଯୁବପିଢୀ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟମଣୀ ପଣ୍ଡା, ଧନେଶ୍ୱର ଦାସ, ସୁଦର୍ଶନ ବେହେରା, ନରୋତମ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର